Indus Valley Times

ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ

 Breaking News

ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ

ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ
May 15
14:48 2026

ଭୁବନେଶ୍ୱର, ୧୫/୫: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ହାହାକାର ପଡ଼ୁଛି । ତେବେ ରାଜ୍ୟରେ ପ୍ରଚୁର ପରିମାଣରେ ତୈଳ ମହଜୁତ ଅଛି । ତେଣୁ ଲମ୍ବା ଲାଇନ୍ ଲଗାଇ ରାସ୍ତାରେ ଛିଡ଼ା ନ ହେବାକୁ ପରାମର୍ଶ ଦେଇଛନ୍ତି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡର ସିଜିଏମ୍ କମଲ ସିଲ୍ ।
ଆଜି ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ତୈଳ ସଙ୍କଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ଆଇଓସିଏଲ୍ ସିଜିଏମ୍ କହିଛନ୍ତି ଯେ ରାଜ୍ୟରେ ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ୍ ମହଜୁଦ ରହିଛି । ଆଇଏସିଏଲ୍, ଏଚପିସିଏଲ୍ ଓ ବିପିସିଏଲ୍ ର ୮ଟି ମାର୍କେଟିଂ ସପ୍ଲାଇ ଲୋକେସନ୍ ରହିଛି ।
ସମସ୍ତ ସ୍ଥାନ ଗୁଡ଼ିକରେ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ତୈଳ ଗଚ୍ଛିତ ରହିଛି । ସବୁଠାରେ ଧ୍ୟାନ ଦିଆଯାଉଛି । ତେଣୁ ଭୟଭୀତ ହୋଇ ତୈଳ ନ କିଣିବାକୁ ସିଜିଏମ୍ ସିଲ୍ ପରାମର୍ଶ ଦେଇଛନ୍ତି ।
ଯେତେବେଳେ କୌଣସି ପେଟ୍ରୋଲ୍ ପମ୍ପରେ ଅଧିକ ଭିଡ଼ ହୋଇଯାଉଛି ଏବଂ ଲୋକଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି ସେତେବେଳେ କମ୍ ଟଙ୍କାରେ ତେଲ ଦିଆଯାଉଛି ।
ରାଜ୍ୟରେ ଯେତେ କମ୍ପାନୀର ପମ୍ପ ରହିଛନ୍ତି ସମସ୍ତଙ୍କ ପାଖରେ ତୈଳ ରହିଛି । ଏହାକୁ ପ୍ରତିଦିନ ତଦାରଖ କରାଯାଉଛି । ଜିଲ୍ଲାୱାରୀ ମଧ୍ୟ ଗଚ୍ଛିତ ତୈଳର ତଦାରଖ କରାଯାଉଛି ।
ଏହା ସହିତ ପମ୍ପ ଗୁଡ଼ିକରେ ଡ୍ରାଏ ଆଉଟ୍ ସ୍ଥିତିକୁ ନେଇ ସେ କହିଛନ୍ତି ଯେ ହଠାତ୍ ଅଧିକ ଲୋକେ ଏକାସାଙ୍ଗରେ ଆସିଗଲେ ମହଜୁତ ତେଲ ସରିଯାଉଛି । ପୁଣି ଥରେ ତେଲ ଆସିବାକୁ ଗୋଟେ ଦୁଇ ଘଣ୍ଟା ସମୟ ଲାଗିଥାଏ ।
ସେଥିପାଇଁ ଡ୍ରାଏ ଆଉଟ୍ ସ୍ଥିତି ଉତ୍ପନ୍ନ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟରେ ୪୦ଟି ପେଟ୍ରୋଲ ପମ୍ପ ରହିଛି । ରାତି ୧୧ଟା ୧୨ ଟା ଯାଏ ତେଲ ବିକ୍ରି ହେଉଛି । ଓଡ଼ିଶାରେ ଭଲ ଭିତ୍ତିଭୂମି ଏବଂ ତୈଳ ବିଶୋଧନାଗାର ଥିବାରୁ କୌଣସି ପ୍ରକାର ସମସ୍ୟା ନାହିଁ ବୋଲି କହିଛନ୍ତି କମଲ୍ ସିଲ୍ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ। ଆଗାମୀ ୧୩ ଦିନ ପାଇଁ ପର୍ଯ୍ୟାପ୍ତ ତୈଳ ମହଜୁଦ ରହିଛି । କିନ୍ତୁ ଲୋକମାନଙ୍କ ଆତଙ୍କିତ ବ୍ୟବହାର ହିଁ ଏବେ ପମ୍ପଗୁଡ଼ିକରେ ଅସାମାନ୍ୟ ଭିଡ଼ ସୃଷ୍ଟି କରୁଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବୋତଲ, ଡବା ଓ ଜାରକିନ୍‌ରେ ତେଲ ଭରି ସଂରକ୍ଷଣ କରୁଥିବାରୁ ଚାହିଦା ପ୍ରାୟ ୫୦ ପ୍ରତିଶତ ବଢ଼ିଯାଇଛି। ଫଳରେ ଅନେକ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗୁଥିବା ବେଳେ କେତେକ ସ୍ଥାନରେ ‘ନୋ ଷ୍ଟକ’ ବୋର୍ଡ ମଧ୍ୟ ଝୁଲୁଛି। ମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି “ଭୟଭୀତ ହୁଅନ୍ତୁ ନାହିଁ, ଆବଶ୍ୟକତାଠାରୁ ଅଧିକ ତେଲ କିଣନ୍ତୁ ନାହିଁ।”

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930