Indus Valley Times

ଲୋକସେବା ଭବନରେ ମୋହନ ରାଜ୍, ମୁଣ୍ଡିଆ ମାରି ସମ୍ଭାଳିଲେ ନିଜ ପ୍ରକୋଷ୍ଠରେ କାର୍ଯ୍ୟଭାର

 Breaking News

ଲୋକସେବା ଭବନରେ ମୋହନ ରାଜ୍, ମୁଣ୍ଡିଆ ମାରି ସମ୍ଭାଳିଲେ ନିଜ ପ୍ରକୋଷ୍ଠରେ କାର୍ଯ୍ୟଭାର

July 04
11:18 2024

ଭୁବନେଶ୍ବର, ୪/୭: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ପ୍ରବେଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି ।
ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଇ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଲୋକସେବା ଭବନକୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମନ୍ତ୍ରପାଠ,ବେଦପାଠ ସହ ୮ ଜଣ ବ୍ରାହ୍ମଣ ପୂଜା କରିଛନ୍ତି। ନବୀନ ପଟ୍ଟନାୟକ ଯେଉ ଚ୍ୟାମ୍ବରରେ ବସୁଥିଲେ, ସେହି ଚ୍ୟାମ୍ବରରେ ମୋହନ ମାଝୀ ବସିବେ। କିନ୍ତୁ ବସିବା ସ୍ଥାନ ପରିବର୍ତ୍ତନ ହୋଇଛି।
ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ବପୂର୍ଣ୍ଣ ଫାଇଲରେ ସ୍ବାକ୍ଷର କରିପାରନ୍ତି ବୋଲି କୁହାଯାଉଛି। ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନ ଆସି ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର‌୍ୟ୍ୟାଳୟରେ କାମ କରୁଥିଲେ। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା। ଗୁରୁବାର ସେହି ପ୍ରକୋଷ୍ଠକୁ ମୋହନ ମାଝୀ ଯାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031