Indus Valley Times

ଲୌହମାନବ ଶ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ

 Breaking News

ଲୌହମାନବ ଶ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ

ଲୌହମାନବ ଶ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ
October 31
21:28 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୧/ ୧୦: ଶୁକ୍ରବାର ଦିନ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଏକ ଏକତା ଦୌଡ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅରିତିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ନାୟକ ଓ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଓ ଶ୍ରୀ ସମାଦାର ପଟେଲଙ୍କ ଜନ୍ମଜୟନ୍ତୀରେ ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟାବଳି ସମ୍ବନ୍ଧରେ ନିଜ ନିଜର ମତ ରଖିଥିଲେ ।
ଏହି ମହାମାନବ ଦେଶର ଅଖଣ୍ଡତା ଏବଂ ସାର୍ବଭୌମିତ୍ଵକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯେଉଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ସେ ବିଷୟରେ ବକ୍ତା ମାନେ ଆଲୋକପାତ କରିଥିଲେ ।
ପ୍ର‌୍ୟୟ ୫୬୦ରୁ ଉର୍ଦ୍ଧ ଗଡଜାତୀୟ ରାଜ୍ୟକୁ ଭାରତରେ ମିଶ୍ରଣ କରିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଥିଲା ।
ଏହି ସମାରୋହ ରେ ଛାତ୍ରଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ସାମ୍ବାଦିକ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଏହି ଏକତା ଦୌଡ କାର୍ଯ୍ୟକ୍ରମଟି ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ ଠାରେ ସମାପନ ହୋଇଥିଲା ।
ସେଠାରେ ସମସ୍ତ ଗଣ ଦୌଡ଼ାଳୀଙ୍କ ନିମନ୍ତେ ଜଳପାନର ବ୍ୟବସ୍ତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମଟିକୁ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930