Indus Valley Times

ଶଙ୍ଖଭଵନରେ ନବୀନଙ୍କ ଉପସ୍ଥିତରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ

 Breaking News

ଶଙ୍ଖଭଵନରେ ନବୀନଙ୍କ ଉପସ୍ଥିତରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ

September 19
20:34 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୯ : . ଆଜି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ଭୁବନେଶ୍ୱରସ୍ଥ ଶଙ୍ଖଭଵନ ଠାରେ ଦଳ ସୁପ୍ରିମୋ ନବୀନ ପଟନାୟକଙ୍କ ଉପସ୍ଥିତ ତଥା ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସମ୍ମିଳନୀରେ ସମନ୍ୱୟ କମିଟି ଅଧକ୍ଷ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପୂର୍ବତନ କଣ୍ଟାମାଳ ବିଧାୟକ ମହିଧର ରଣା ବୌଦ୍ଧ ବିଜେଡି ଅବଜର୍ଭର ଚିତ୍ତରଞ୍ଜନ କର୍ଣ୍ଣ ପ୍ରମୁଖଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇ ପରାଜୟର ସମୀକ୍ଷା କରିବାସହ ଆଗାମୀ ଦିନରେ ଦଳକୁ ସଙ୍ଗଠିତ କରି ପୁଣିଥରେ ନବୀନ ପଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ରାଜ୍ୟରେ ସର୍ବାଧିକ ଭୋଟପାଇଥିବା ସତ୍ୱେ କୌଣସି ନାଁ କୌଣସି କାରଣରୁ ଆସନ ସଂଖ୍ୟା କମି ଆଜି ବିରୋଧୀ ଦଳରେ ବିଜୁ ଜନତା ଦଳ ଅବସ୍ଥିତ ହୋଇଛି ମାତ୍ର ଲୋକଙ୍କୁ ଯେଉଁ ସ୍ବପ୍ନ ଦେଖାଇ ବିଜେପି କ୍ଷମତାକୁ ଆସିଥିଲା ତାହା ସରକାର ଗଠନର ଶହେଦିନ ଭିତରେ ପୂରଣ କରିବାତ ଦୂରର କଥା ଓଲଟି ଜନସାଧାରଣଙ୍କୁ ନିର‌୍ୟାତନା ଦେବା ଆରମ୍ଭ କରିଛି ଆଜି ସାରା ରାଜ୍ୟରେ ଦୁର୍ନୀତିର ଚରମ ସୀମାକୁ ଛୁଇଁଛି ମୋହନ ସରକାର ।
ଏଣୁ ଏ ବିଷୟରେ ଜଣଜାଗରଣ ସୃଷ୍ଟି କରିବା ନିମିତ୍ତ ବିଜେଡି ପ୍ରତି ଗାଁ କୁ ଘରକୁ ପହଞ୍ଚିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଅବକାଶ ସାହୁ, ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ବିଦ୍ୟାଧର ସ୍ୱାଇଁ ଭାଗିରଥି ମଲ୍ଲିକ ସୁବୋଧ ପ୍ରଧାନ ଅଶୋକ ସାହୁ ବିଶ୍ୱଜିତ ମିଶ୍ର ଅରୁଣ ପ୍ରଧାନ ଅଶ୍ୱିନୀ ପ୍ରଧାନ ପ୍ରେମରାଜ ରଣା ପ୍ରଭାତ ପ୍ରଧାନ ସଂଜିତ ବାରିକ ପଙ୍କଜ ସାହୁ ନିହାର ଘୋଷ ସୁଶାନ୍ତ ପ୍ରଧାନ ସଞ୍ଜୟ ଦେହୁରୀ ଅଶୋକ ମେଣ୍ଡୁଳି ବସନ୍ତ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଦଳକୁ ସୁଦୃଢ କରିବା ପାଇଁ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930