Indus Valley Times

ଶରଣକୁଳ ମହାବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

 Breaking News

ଶରଣକୁଳ ମହାବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

September 01
12:29 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧/୯ : ଶରଣକୁଳ ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀତ୍ରିନାଥ ପରିଡା ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭା ରେ କର୍ମଚାରୀ ସଂଘ ର ସଭାପତି ଅଧ୍ୟାପକ ଗୋଲକ ବିହାରୀ ବେହେରା ସଭାପତିତ୍ବ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। କର୍ମଚାରୀ ସଂଘ ର ସମ୍ପାଦକ ଅଧ୍ୟାପକ ଅର୍ନ୍ତଯ୍ୟାମୀ ପରିଡ଼ା ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଉକ୍ତ ସଭାରେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ. ବ୍ୟୋମକେଶ ରଥ, ନାରାୟଣ ପ୍ରଧାନ, ଶରତ ଚନ୍ଦ୍ର ମହପାତ୍ର, ରଶ୍ମିତା ରାଉତରାୟ, ସସ୍ମିତା ରାଣୀ ଦାଶ, ରୋଜାଲିନ ରଥ ଓ ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କାର୍ମଚାରି ବୃନ୍ଦ ନିଜର ବକ୍ତବ୍ୟ ରଖିଥିଲେ। ସଭା ଶେଷରେ କର୍ମଚାରୀ ସଂଘ ତରଫରୁ ବିଦାୟୀ ଅଧ୍ୟାପକ ଙ୍କୁ ଉପଢୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031