Indus Valley Times

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ,୭୦ ବର୍ଷ କାଳ ଦୁଇ ବେଳା ମନ୍ଦିର ପ୍ରସାଦ ଖାଇ କାଟୁଥିଲା ଜୀବନ

 Breaking News

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ,୭୦ ବର୍ଷ କାଳ ଦୁଇ ବେଳା ମନ୍ଦିର ପ୍ରସାଦ ଖାଇ କାଟୁଥିଲା ଜୀବନ

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ,୭୦ ବର୍ଷ କାଳ ଦୁଇ ବେଳା ମନ୍ଦିର ପ୍ରସାଦ ଖାଇ କାଟୁଥିଲା ଜୀବନ
October 10
19:18 2022

କେରଳ,୧୦/୧୦: କୁମ୍ଭୀରକୁ ଦେଖିଲେ ଲୋକେ ଭୟଭୀତ ହୁଅନ୍ତି, ଜୀବନ ବିକଳରେ ଆକ୍ରମଣ କରନ୍ତି। ଅନ୍ୟପକ୍ଷରେ ନଈ କି ଜଳାଶୟରେ ମଣିଷକୁ ପାଇଲେ ଶିକାର କରିବାର ଅବସର ଛାଡ଼େନାହିଁ କୁମ୍ଭୀର। କିନ୍ତୁ କେରଳରେ ଏମିତି ଏକ କୁମ୍ଭୀରର ମୃତ୍ୟୁ ହୋଇଛି,ଯିଏ ମଣିଷ ସହ ବନ୍ଧୁ ଭଳି ଆଚରଣ କରେ। ପୁଣି ମାଂସାସୀ ନୁହେଁ,ଶାକାହାରୀ। ତାର ମୃତ୍ୟୁରେ ଶହଶହ ଲୋକ ଲୁହଗଡ଼ାଇଛନ୍ତି।
କେରଳର ଅନନ୍ତପୁରା ମନ୍ଦିର ଜଳାଶୟରେ ରହୁଥିବା ଶାକାହାରୀ କୁମ୍ଭୀର ବାବିୟାର ଗତକାଲି ମୃତ୍ୟୁ ହୋଇଛି । ରବିବାର ବିଳମ୍ବିତ ରାତିରେ ମନ୍ଦିର ହ୍ରଦରେ ବାବିୟା ମୃତଦେହ ମିଳିଥିଲା । ମୃତ୍ୟୁ ବେଳକୁ କୁମ୍ଭୀରଟିକୁ ୭୫ ବର୍ଷ ହୋଇଥିବା ଜଣାପଡ଼ିଛି । ବିଗତ ସାତ ଦଶନ୍ଧି ଧରି କାସରାଗୋଡ ଜିଲ୍ଲାର ମାଜେଶ୍ୱରମ୍ ଅଞ୍ଚଳର ଅନନ୍ତପୁର ହ୍ରଦରେ ମନ୍ଦିରକୁ ଜଗି ରହିଥିଲା ବାବିୟା ।
ଏହି ଧାର୍ମିକ କୁମ୍ଭୀରକୁ ଶେଷ ସମ୍ମାନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ବିଷ୍ଣୁ ସାହସ୍ରନାମ ଜପ କରାଯାଇ କୁମ୍ଭୀରଟିର ଅନ୍ତିମ ସଂସ୍କାର କରାଯାଇଥିଲା । ପୂର୍ବରୁ ତାକୁ ଦିନକୁ ଦୁଇଥର ସକାଳ ଏବଂ ଅପରାହ୍ନ ପୂଜା ପରେ ଖାଇବାକୁ ମନ୍ଦିରର ପ୍ରସାଦ ଦିଆଯାଉଥିଲା ।
ସେ କେବଳ ଭକ୍ତ ଏବଂ ମନ୍ଦିର ଦ୍ୱାରା ଦିଆଯାଉଥିବା ଖାଦ୍ୟ ହିଁ ଗ୍ରହଣ କରୁଥିଲା । କୁମ୍ଭୀରଟି ବିଶାଳକାୟ ହେଇଥିଲେ ମଧ୍ୟ ମନ୍ଦିରରେ କେବେ କାହା ପାଇଁ ବିପଦର କାରଣ ହୋଇ ନଥିଲା । ଏପରିକି ସେ ହ୍ରଦରେ ରହୁଥିବା ଅନ୍ୟ ଜୀବ ଏବଂ ମାଛମାନଙ୍କର କୌଣସି ଅନିଷ୍ଟ କରୁ ନଥିଲା । କୁମ୍ଭୀରର ମୃତ୍ୟୁ ପରେ ଅନେକ ଶ୍ରଦ୍ଧାଳୁ ସେଠାରେ ଏକତ୍ରିତ ହୋଇଥିଲେ । ଶ୍ରଦ୍ଧାଳୁମାନେ କୁମ୍ଭୀରର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031