Indus Valley Times

ଶାହାରୁଖଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନୀ ଆଙ୍କର, କହିଲେ ‘ଭାରତ ଛାଡି ପାକିସ୍ତାନ ଆସି ରୁହନ୍ତୁ

 Breaking News

ଶାହାରୁଖଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନୀ ଆଙ୍କର, କହିଲେ ‘ଭାରତ ଛାଡି ପାକିସ୍ତାନ ଆସି ରୁହନ୍ତୁ

ଶାହାରୁଖଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନୀ ଆଙ୍କର, କହିଲେ ‘ଭାରତ ଛାଡି ପାକିସ୍ତାନ ଆସି ରୁହନ୍ତୁ
October 27
11:23 2021

ନୂଆଦିଲ୍ଲୀ ୨୭/୧୦ : ବଲିଉଡର ନାମୀଦାମୀ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ଯ୍ୟନ ଖାନ ଏବେ ଜେଲରେ ଅଛନ୍ତି। ତାଙ୍କ ଅଡୁଆ ବଢିବାରେ ଲାଗିଛି ।
ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର ମତାମତ ଦେଉଛନ୍ତି। ପଡୋଶୀ ଦେଶ ପାକିସ୍ତାନ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ସପକ୍ଷରେ ଆସିଛି।
ପାକିସ୍ତାନୀ ଅନ୍ୟତମ ଲୋକପ୍ରିୟ ଆଙ୍କର ୱାକର ଜାକା ସୋସିଆଲ ମିଡିଆ ମାଧ୍ୟମରେ ଆର୍ଯ୍ୟନ ଖାନ ଡ୍ରଗ୍ସ ଉପରେ ଶାହରୁଖଙ୍କୁ ସମର୍ଥନ କରିଛନ୍ତି।
ଏହା ସହିତ ତାଙ୍କୁ ଭାରତ ଛାଡି ପାକିସ୍ତାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜାକାଙ୍କ ପାଇଁ ଏହା କହିବା ଭାରୀ ପଡିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରୁଛନ୍ତି।
ୱାକର ଜାକା ତାଙ୍କ ଅଫିସିଆଲ ଟୁଇଟର୍ ଆକାଉଣ୍ଟରେ ଶାହରୁଖ ଖାନଙ୍କ ବିଷୟରେ ଲେଖିଛନ୍ତି, ଶାହରୁଖ ଖାନ ସାର୍, ଭାରତ ଛାଡି ପରିବାର ସହ ପାକସ୍ତାନନକୁ ପଳାଇ ଆସନ୍ତୁ। ନରେନ୍ଦ୍ର ମୋଦି ସରକାର ଆପଣଙ୍କ ପାଇଁ ଯାହା କରୁଛନ୍ତି ତାହା ମୂର୍ଖତା ଅଟେ। ମୁଁ ଶାହରୁଖ ଖାନଙ୍କ ସହିତ ଛିଡା ହୋଇଛି ।
ୱାକର ଜାକାଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ମନ୍ତବ୍ୟ ଦେଇ ଟ୍ରୋଲ କରିଛନ୍ତି।-

-ପ୍ରମେୟ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031