Indus Valley Times

ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ

 Breaking News

ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ

ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ
December 31
15:58 2021

ଭୁବନେଶ୍ୱର,୩୧/୧୨: ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ। ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
ଏହାଦ୍ୱାରା ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ମଦ୍ରାସା ଓ ଏଡେଡ୍ ବେସରକାରୀ କଲେଜ ଶିକ୍ଷକ ଉପକୃତ ହେବେ। ଶିକ୍ଷକମାନଙ୍କ ସହିତ ଅଣଶିକ୍ଷକ କର୍ମଚାରୀ ମଧ୍ୟ ନୂତନ ବେତନ ପାଇବେ।
ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ରୁ ଲାଗୁ ହେବ। ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ଅଣ-ଶିକ୍ଷକ ଏବଂ ୧୬, ୬୬୪ କଲେଜ ଶିକ୍ଷକ ଓ ଅଣ-ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ।
ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ରାଜ୍ୟର ୫ ମହାନଗରରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବେ ସରକାର। ଏହାଦ୍ୱାରା ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଏହି ସୂଚନା ଦେବେ।
ସେହିପରି ପଞ୍ଚାୟତିରାଜ ଆଇନରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି। ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହେବ। ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଲେ କାର୍ଯ୍ୟାନୁଷ୍ଠାନ ନେଇ ଆଇନରେ ବ୍ୟବସ୍ଥା ରହିଛି। ତା’ସହିତ ଏଣିକି ପଞ୍ଚାୟତ ପ୍ରତିନିଧି ପ୍ରାକୃତିକ ବିପର‌୍ୟ୍ୟୟ ମୁକାବିଲା କାର୍ଯ୍ୟ ବି କରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031