Indus Valley Times

ଶିକ୍ଷକ ଶିବ ଚରଣ ମଲ୍ଲିକଙ୍କ ପରୋଲୋକରେ ଭଣ୍ଡାରୀପୋଖରୀରେ ଶୋକର ଛାୟା

 Breaking News

ଶିକ୍ଷକ ଶିବ ଚରଣ ମଲ୍ଲିକଙ୍କ ପରୋଲୋକରେ ଭଣ୍ଡାରୀପୋଖରୀରେ ଶୋକର ଛାୟା

December 13
12:54 2021

ଅମର ବାରିଙ୍କ ରିପୋର୍ଟ
ଭଦ୍ରକ, ୧୩/୧୨: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଂଚଳର ବରିଷ୍ଟ ଶିକ୍ଷକ ଶିବ ଚରଣ ମଲ୍ଲିକଙ୍କର ରବିବାର ଦିନ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୮୨ବର୍ଷ ହୋଇଥିଲା ।
ଖଡ଼ିଶିଙ୍ଗା ଗ୍ରାମର ବାସୀନ୍ଦା ଶିବରଣ ୧୯୩୯ମସିହା ଫେବୃଆରୀ ୧୨ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତ ପରେ ସେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ନିଜକୁ ବେଶ ପରିଚିତ କରିପାରିଥିଲେ ।
ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ଶିବଚରଣ ବେଶ ଆଦୃତି ଲାଭ କରିବା ସହତ ବିଭିନ୍ନ ସାମାଜିକ ଅନୁଷ୍ଠାନିକ ଦ୍ୱାରା ପ୍ରଶଂସିତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।
ଶିବଚରଣଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ଶିବଚରଣଙ୍କର ପୁତ୍ର, ପୁତ୍ରବଧୂ ଓ ନାତି, ନାତୁଣୀଙ୍କ ସମେତ ବହୁ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031