Indus Valley Times

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡ଼ୁଛି କଳାହାଣ୍ଡି ରାଜନୀତି ; ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

 Breaking News

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡ଼ୁଛି କଳାହାଣ୍ଡି ରାଜନୀତି ; ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡ଼ୁଛି କଳାହାଣ୍ଡି ରାଜନୀତି ; ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼
November 07
16:09 2021

ଭବାନୀପାଟଣା, ୭/୧୧ : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡ଼ୁଛି କଳାହାଣ୍ଡି ରାଜନୀତି। ବିରୋଧୀ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଜୋରଦାର ବିରୋଧ କରାଯାଉଛି। ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିବା ବେଳେ ଆଜି ତାଙ୍କ ଗାଡ଼ି ଉପରକୁ ହୋଇଛି ଅଣ୍ଡା ମାଡ଼।
ସୂଚନାଯୋଗ୍ୟ, ମମିତାଙ୍କ ପରିବାରକୁ ନ୍ୟାୟ ପାଇଁ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ୧୨ ଦିନ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ନ୍ୟାୟ ଶୋଭାଯାତ୍ରା ।
ମହାଲିଙ୍ଗରୁ ଆରମ୍ଭ ହୋଇଥିବା ନ୍ୟାୟ ଶୋଭାଯାତ୍ରା ଆଜି ଜୁନାଗଡ଼ରେ ପହଞ୍ଚିବ । ଏହା ପୂର୍ବରୁ ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ଏହାକୁ ଚେକ୍ ଦେବାକୁ ତଥା ନିଜ ଶକ୍ତି ପ୍ରଦର୍ଶନ କରିବାକୁ ବିଜେଡି ତରଫରୁ ମଧ୍ୟ ଜୁନାଗଡ଼ରେ ଏକ ମେଗା ସମାବେଶ ତଥା ମିଶ୍ରଣ ପର୍ବ ଆୟୋଜନ କରାଯାଇଛି।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜୁନାଗଡ଼ ଗସ୍ତ ଥିବା ବେଳେ ଏହା ପୂର୍ବରୁ ଆଜି ଆୟୋଜିତ ହେଉଛି ବିଜେଡିର ମହାସମାବେଶ। ଏହି ସମାବେଶକୁ ୧୫ଶହ ବାଇକ୍ ରାଲି ଆସୁଥିବା ବେଳେ ଜୁନାଗଡ଼ କଲେଜ ଛକଠାରେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି କର୍ମୀ।
ଉକ୍ତ ମହାମିଶ୍ରଣ ପର୍ବକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଦାସ ଓ ପୂର୍ବତନ ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ସହ ଯାଉଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହେଲେ।
ମନ୍ତ୍ରୀ ବସିଥିବା ଗାଡ଼ି ଉପରକୁ ବିଜେପି କର୍ମୀ ନିର୍ଧୂମ ଅଣ୍ଡା ମାଡ଼ କରିଥିଲେ। ଏଥିଯୋଗୁ ପ୍ରାୟ ୧୦-୧୫ ମିନିଟ୍ ସ୍ଥାନୀୟ ଅଞ୍ଚଳ ଋଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଏହାପରେ ମନ୍ତ୍ରୀ ସଭା ସ୍ଥଳକୁ ଚାଲି ଯାଇଥିବା ଜଣାଯାଇଛି।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜୁନାଗଡ଼ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଏହି ଅବସରରେ ସେ ହେଲଥ କାର୍ଡ ବଣ୍ଟନ କରିବେ ବୋଲି ଜଣାଯାଇଛି। ଏହାପୂର୍ବରୁ ବାରିପଦାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ମଞ୍ଚରୁ ଦୂରେଇ ରଖାଯାଇଥିଲା।
ତେଣୁ ଆସନ୍ତାକାଲି ବିଜେଡି ପକ୍ଷରୁ କି ଋଣନୀତି ଆପଣାଯିବ ମନ୍ତ୍ରୀଙ୍କୁ ମଞ୍ଚରେ ଜାଗା ମିଳିବ, ନା ଦୂରେଇ ରଖାଯିବ ତାହା ଉପରେ ସମସ୍ତଙ୍କ ନଜର।
ଅପରପକ୍ଷେ, ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ତେଜିବାରେ ଲାଗୁଛି।
ଏହାକୁ ନେଇ ସମଗ୍ର ରାଜ୍ୟ ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ବିଜେଡି ପକ୍ଷରୁ କିନ୍ତୁ ଇସାରା ଇସାରାରେ ମନ୍ତ୍ରୀଙ୍କ ସ୍ଥାନ ସୁରକ୍ଷିତ ଥିବା କୁହାଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ପାଖ ମଡ଼ାଇ ଦେଉ ନ ଥିବା ବେଳେ ଆଗକୁ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭବାନୀପାଟଣାର ନକଟିଗୁଡ଼ାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ତାଙ୍କ ସହିତ ବିଜେଡି ବିଧାୟକ ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ବିରୋଧ କରାଯାଇଥିଲା ଓ କଳାପତାକା ପ୍ରଦର୍ଶନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031