Legatus

ଶିମିଳିପାଳବିକାଶର ଆଲୋକ ଦେଖିଲା ବଣମୂଲକ, ସୌର ଶକ୍ତି ସାହାଯ୍ୟରେ ବିଜୁଳି ଯୋଗାଇବ ଟିପିଏନଓଡିଏଲ

 Breaking News

ଶିମିଳିପାଳବିକାଶର ଆଲୋକ ଦେଖିଲା ବଣମୂଲକ, ସୌର ଶକ୍ତି ସାହାଯ୍ୟରେ ବିଜୁଳି ଯୋଗାଇବ ଟିପିଏନଓଡିଏଲ

January 28
13:26 2024

ସୁଦାମ ପାତ୍ରଙ୍କ ଋିପୋର୍ଟ
ବାଲେଶ୍ଵର, ୨୮/୧ : ସତ ହେଲା ସ୍ଵପ୍ନ। ପୂରଣ ହେଲା ଦୀର୍ଘ ଦିନର ଆଶା। ବିଜୁଳି ଆଲୁଅ ଦେଖିଲା ଅନ୍ଧାରୀ ଇଲାକା। ପାହାଡ ଜଙ୍ଗଲ ଘେରା ଶିମିଳିପାଳରେ ବସବାସ କରୁଥିବା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୩ପଞ୍ଚାୟତର ୨୩ଶହରୁ ଅଧିକ ପରିବାରଙ୍କ ଘରେ ପହଞ୍ଚିଛି ବିଜୁଳି।
ବିଜୁ ଗ୍ରାମ ଜ୍ୟୋତି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ପ୍ରୟାସ ଓ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ଅଦମ୍ୟ ପ୍ରଚେଷ୍ଟା ବଳରେ ସମ୍ପୃକ୍ତ ଅଞ୍ଚଳକୁ ସୌର ଶକ୍ତି ଜରିଆରେ ବିଜୁଳି ସେବା ଉପଲବ୍ଧ କରାଯାଇ ପାରିଛି। ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହାର ଲୋକାର୍ପଣ କରାଯାଇଛି। ଏହା ଦ୍ଵାରା ଅସ୍ତକୁଅଁର, ଗୁଡ଼ଗୁଡ଼ିଆ ଏବଂ ବରେଇପାଣି ପଞ୍ଚାୟତର ୪୨ଟି ଗାଁର ୬ହଜାରରୁ ଅଧିକ ଅଞ୍ଚଳବାସୀ ଉପକୃତ ହେବେ।
ଲୋକାର୍ପଣ ଅବସରରେ ଭିଡିଓବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ବିଜୁ ଗ୍ରାମ ଜ୍ୟୋତି ଯୋଜନା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୧୮ଟି ଗ୍ରିଡ ଲୋକାର୍ପିତ କରି ମୁଁ ବହୁତ ଖୁସି।
ଏହା ଦ୍ଵାରା ୨୩ଶହ ରୁ ଅଧିକ ଘରକୁ ବିଦ୍ୟୁତ ସେବା ମିଳିବ। ଜଙ୍ଗଲ ଅଞ୍ଚଳରେ ରହୁଥିବା ଜନଜାତି ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ବିଶେଷ କରି ଶିମିଳିପାଳ ଅଞ୍ଚଳର ରହିଥିବା ଭାଇ ଭଉଣୀଙ୍କ ପାଇଁ ଆମେ ସୋଲାର ପାୱାରର ବ୍ୟବସ୍ଥା କରିଛୁ। ଏହା ଦ୍ଵାରା ସେମାନେ ବହୁତ ସୁବିଧା ପାଇବେ। ବିଶେଷତଃ ପିଲାମାନଙ୍କୁ ପାଠପଢିବାରେ ବହୁତ ସୁବିଧା ହେବ। ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଓଡିଶାରେ ସୋଲାର ମାଇକ୍ରୋଗ୍ରିଡ ଏବଂ ଷ୍ଟାଣ୍ଡଡ୍ରୋନ ପ୍ରକଳ୍ପ କାର‌୍ୟ୍ୟ କରି କରିଥିବାବେଳେ ବିଜୁ ଗ୍ରାମ ଜ୍ୟୋତି ଯୋଜନା ଅଧୀନରେ ଏଥି ପାଇଁ ୩୨ କୋଟି ଟଙ୍କା ଖର୍ଚ ହୋଇଛି। ବର୍ତମାନ ସୁଦ୍ଧା ଏହି ଅଞ୍ଚଳର ୬ହଜାରରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ସେ ଦର୍ଶାଇଥିଲେ। ବିକାଶର ସୁଫଳ ସମସ୍ତଙ୍କୁ ମିଳିବ। ଜଣେ ଲୋକ ବି ଏଥିରୁ ବଞ୍ଚିତ ହେବ ନାହିଁ ବୋଲି ସେ କହିଥିଲେ। ଏଥି ସହ ଟିପିଏନଓଡିଏଲର ଉଦ୍ୟମ ପାଇଁ ଧନ୍ୟବାଦ ମଧ୍ୟ ଦେଇଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ଗ୍ରିଡଗୁଡିକର ଲୋକାର୍ପଣ କରିଥିବାବେଳେ ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହଂସଦା, ଜିଲ୍ଲାପାଳ ଭିନୀତ ଭରଦ୍ବାଜ, ଗ୍ରାମ୍ୟ ବିଦ୍ୟୁତକରଣ ଉପଦେଷ୍ଟା ଦୀପ୍ତିମାନ ବଳଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସେହିପରି ଟିପିଏନଓଡ଼ିଏଲ ପକ୍ଷରୁ ସିଇଓ ଭାସ୍କର ସରକାର, ଚିଫ କମର୍ସିଆଲ ପ୍ରବୀନ ବର୍ମା, ପ୍ରୋଜେକ୍ଟ ମୁଖ୍ୟ ପ୍ରଦୀପ ମହାନ୍ତି, ପ୍ରୋଜେକ୍ଟ ଜିଏମ ରାଜୀବ ନାୟକ, ସିଏସଆର ମୁଖ୍ୟ ଦିଲ୍ଲୀପ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଥାଉକି ସ୍ଥାନୀୟ ଅଞ୍ଚଳର ୩୬ଜଣ ଯୁବକଙ୍କୁ ସୋଲାର ସ୍ଥାପନ ଓ ରକ୍ଷଣାବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ସେମାନେ ଏହି ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ସୋଲାର ମାଇକ୍ରୋଗ୍ରିଡର ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ କରିବେ।
ଶିମିଳିପାଳର ୪୨ ଗାଁ’ରେ ପହଞ୍ଚିଲା ବିଜୁଳି,ବଜୁ ଗ୍ରାମ ଜ୍ୟୋତି ଯୋଜନାରେ ଉପକୃତ ହେଲେ ୨୩ଶହ ପରିବାର,ସୌର ଶକ୍ତି ସାହାଯ୍ୟରେ ବିଜୁଳି ଯୋଗାଇବ ଟିପିଏନଓଡିଏଲ,୧୮ ସୋଲାର ମାଇକ୍ରୋଗ୍ରିଡକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ.ସୁଫଳ ଆଣିଲା ଟିପିଏନଓଡିଏଲର ଅଦମ୍ୟ ପ୍ରଚେଷ୍ଟା ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930