Indus Valley Times

ଶିଳ୍ପ ମହାକୁମ୍ଭରେ ମୋଦିଙ୍କ ଉଦ୍‌ବୋଧନ,ବିକାଶର ଶିଖର ଛୁଇଁବ ଓଡ଼ିଶା

 Breaking News

ଶିଳ୍ପ ମହାକୁମ୍ଭରେ ମୋଦିଙ୍କ ଉଦ୍‌ବୋଧନ,ବିକାଶର ଶିଖର ଛୁଇଁବ ଓଡ଼ିଶା

ଶିଳ୍ପ ମହାକୁମ୍ଭରେ ମୋଦିଙ୍କ ଉଦ୍‌ବୋଧନ,ବିକାଶର ଶିଖର ଛୁଇଁବ ଓଡ଼ିଶା
January 28
17:17 2025

ଭୁବନେଶ୍ୱର,୨୮/୧: ଦେଶର ବିକାଶର ଗ୍ରୋଥ୍ ଇଞ୍ଜିନ ହେଉଛି ପୂର୍ବ ଭାରତ ଏବଂ ଓଡ଼ିଶାର ଏଥିରେ ବଡ଼ ଭୂମିକା ରହିଛି । ଇତିହାସ ସାକ୍ଷୀ ରହିଛି ଯେତେବେଳେ ବିଶ୍ୱ ବିକାଶରେ ଭାରତର ବଡ଼ ଭାଗୀଦାରୀ ଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା ।
ପୂର୍ବଭାରତରେ ଦେଶରେ ବଡ଼ ଇଣ୍ଡଷ୍ଟ୍ରିଆଲ୍ ହବ୍ ଏବଂ ବ୍ୟବସାୟ ଥିଲା । ଆଉ ସେଥିରେ ଓଡ଼ିଶାର ଭୂମିକା ଥିଲା । ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମଙ୍ଗଳବାର ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଉପସ୍ଥିତ ପୁଞ୍ଜି ନିବେଶକ, ଶିଳ୍ପପତି ଏବଂ ବ୍ୟବସାୟିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶରେ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି।
୨୦୨୫ର ଆରମ୍ଭ ସମୟରେ ଜାନୁଆରିରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ପୂର୍ବ ସରକାର ତୁଳନାରେ ଏଥର ୬ଗୁଣା ଅଧିକ ନିବେଶକ ସାମିଲ ହୋଇଥିବା ଜାଣି ମୁଁ ଖୁସି । ଏଥିଲାଗି ମୁଁ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି।
ଓଡ଼ିଶା ଦକ୍ଷିଣ-ପୂର୍ବ ଏସିଆର୍ ପ୍ରମୁଖ ବ୍ୟବସାୟୀ ସ୍ଥଳ ଥିଲା । ମୁଖ୍ୟମନ୍ତ୍ରୀ ଏହି ସମୟ, ପ୍ରକୃତ ସମୟକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।
ଦକ୍ଷିଣପୂର୍ବ ଏସିଆର ପ୍ରମୁଖ ବ୍ୟାବସାୟିକ ସ୍ଥଳ ଥିଲା ଓଡ଼ିଶା ଓ ମୋର ପକ୍କା ବିଶ୍ଵାସ ଖୁବ୍‌ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା । ଯାହାକୁ କେହି କେବେ କଳ୍ପନା କରି ପାରିବେ ନାହିଁ । ଏହା \’ମୋଦୀ ଗ୍ୟାରେଣ୍ଟି\’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଅନେକ ସମ୍ଭବନା ରହିଛି । ତେଣୁ ଏଠାରେ ପୁଞ୍ଜି ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ପୂରା ଟିମ୍ ଓଡ଼ିଶାର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ପ୍ରମୁଖ ରାଜ୍ୟମାନଙ୍କ ରାଜ୍ୟ ମଧ୍ୟରେ ଓଡ଼ିଶା ସାମିଲ ହେବାକୁ ଯାଉଛି । ଏଠାରେ ସମୁଦ୍ରରୁ ବାହାରୁଥିବା ସି-ଫୁଡ୍ ବିଶ୍ୱ ବଜାରରେ ପହଁଚିବ ।
ଉତ୍କର୍ଷ ଓଡ଼ିଶା କନକ୍ଲେଭ ଏହା ଲକ୍ଷ୍ୟ ରହିଛି । ଗ୍ରୀନ ସମ୍ଭାବନା ବଢ଼ୁଛି । ସମୟର ଆବଶ୍ୟକତା ଅନୁସାରେ ଆମକୁ ବଦଳିବାକୁ ପଡ଼ିବ ଏବଂ ଆଗକୁ ବଢ଼ିବାକୁ ପଡ଼ିବ ।
ରିନେବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନ କୁ ନେଇ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ଅଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି । ଓଡିଶାରେ ଶିଳ୍ପର ଲଜିଷ୍ଟିକ ଦାମ କମ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି । ବ୍ଲୁ-ଇକୋନୋମିରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା ।
ଯେଉଁ କ୍ଷେତ୍ରରେ ରହିଛନ୍ତି ସେହି କ୍ଷେତ୍ରର ଅଣୁ କ୍ଷୁଦ୍ର ଉଦ୍ୟୋଗ ଓ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରିସର୍ଚ୍ଚ ଓ ଇନୋଭେସନ୍ ଉପରେ ଗୁରୁତ୍ୱ ଦିଅନ୍ତୁ ।
ଶିଳ୍ପ ପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ ଏବଂ ଏଠିକାର ଯୁବକଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡ଼ିଶା ସମୃଦ୍ଧ ହେବ, ସଶକ୍ତ ହେବ ଓ ଉତ୍କର୍ଷ ହେବ ।
ସେହିପରି ଓଡିଶା ପର୍ଯ୍ୟଟନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତକୁ ବୁଝିବାକୁ ହେଲେ ଓଡ଼ିଶାକୁ ଦେଖନ୍ତୁ । ଏଠାକାର ଆସ୍ଥା, ଆଧ୍ୟାତ୍ମିକ, ଘଞ୍ଚ ଜଙ୍ଗଲ, ପର୍ଯ୍ୟଟନ, ପାହାଡ଼ ଓ ସମୁଦ୍ରକୁ ଦେଖିବାକୁ ହେବ । ଜି ୨୦ ସମ୍ମିଳନୀରେ ଆମେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ରକୁ ସ୍ଥାନିତ କରିଥିଲୁ ।
ଓଡ଼ିଶାର ପ୍ରାକୃତିକ ସୁନ୍ଦରତା ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଉତ୍କୃଷ୍ଟ । କନଭେସନ ଟୁରିଯିମି ପାଇଁ ଓଡ଼ିଶାରେବି ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଆସନ୍ତା ମାସରେ ପ୍ରଥମ ଥର ପାଇଁ ଭାରତରେ ଅଡ଼ିଓ ଭିଜ୍ୟୁଆଲ ସମ୍ମିଳନୀ ହେବ ।
ଓଡ଼ିଶାରେ ବି ଏଥିପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ବିକଶିତ ଭାରତ ରେ ଓଡ଼ିଶାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ । କେନ୍ଦ୍ର ସରକାର ଆପଣଙ୍କ ସହ ଛିଡା ହୋଇଛନ୍ତି

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031