Indus Valley Times

ଶୀତରେ ଥରୁଛି ଓଡିଶା, ୩ ଦିନରେ ଆହୁରି ୩ ଡିଗ୍ରୀ ଖସିବ ପାରଦ, ୧୦ ସହର ୧୫ଡିଗ୍ରୀ ତଳେ

 Breaking News

ଶୀତରେ ଥରୁଛି ଓଡିଶା, ୩ ଦିନରେ ଆହୁରି ୩ ଡିଗ୍ରୀ ଖସିବ ପାରଦ, ୧୦ ସହର ୧୫ଡିଗ୍ରୀ ତଳେ

ଶୀତରେ ଥରୁଛି ଓଡିଶା, ୩ ଦିନରେ ଆହୁରି ୩ ଡିଗ୍ରୀ ଖସିବ ପାରଦ, ୧୦ ସହର ୧୫ଡିଗ୍ରୀ ତଳେ
November 18
10:38 2024

ଭୁବନେଶ୍ୱର,୧୮/୧୧ : ଶୀତରେ ଥରୁଛି ଓଡିଶା, ୩ ଦିନରେ ଆହୁରି ୩ ଡିଗ୍ରୀ ଖସିବ ପାରଦ, ୧୦ ସହର ୧୫ଡିଗ୍ରୀ ତଳେ । ରାଜ୍ୟରେ ଗତ କିଛିଦିନ ଧରି ପାରଦ ତଳମୁହାଁ ହୋଇଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଆସନ୍ତା ୩ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ରବିବାର ରାଜ୍ୟର ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି।
ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୧.୦ ଡିଗ୍ରୀ, ଦାରିଙ୍ଗବାଡିରେ ୧୨.୦ ଡିଗ୍ରୀ, ଭବାନୀପାଟଣା ଓ ଅନୁଗୋଳରେ ୧୩.୦ ଡିଗ୍ରୀ ଓ ରାଉରକେଲାରେ ୧୩.୧ ଡିଗ୍ରୀ ସେଲସିୟସ୍ ରହିଥିଲା। ଅନ୍ୟପଟେ ପାରଳାଖେମୁଣ୍ଡି ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ର ୩୨.୪ ଡିଗ୍ରୀ ସେଲସିୟସ୍ ରହିଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930