Indus Valley Times

ଶୀତର ଲହରୀ ଜାରି: ଆହୁରୀ ୨ ଦିନ ଧରି ଥରିବ ଓଡିଶା, ଭୋର ଓ ରାତିରେ ଘରୁ ନବାହାରିବାକୁ ପରାମର୍ଶ

 Breaking News

ଶୀତର ଲହରୀ ଜାରି: ଆହୁରୀ ୨ ଦିନ ଧରି ଥରିବ ଓଡିଶା, ଭୋର ଓ ରାତିରେ ଘରୁ ନବାହାରିବାକୁ ପରାମର୍ଶ

ଶୀତର ଲହରୀ ଜାରି: ଆହୁରୀ ୨ ଦିନ ଧରି ଥରିବ ଓଡିଶା, ଭୋର ଓ ରାତିରେ ଘରୁ ନବାହାରିବାକୁ ପରାମର୍ଶ
January 29
08:38 2022

ଭୁବନେଶ୍ୱର, ୨୯/୧ : ଓଡିଶାକୁ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ୩୧ ତାରିଖ ଯାଏଁ ଶୀତର ଲହରି ରହିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେହିପରି ୨୯ ଓ ୩୦ ତାରିଖରେ ପ୍ରବଳ ଥଣ୍ଡା ନେଇ ସୁନ୍ଦରଗଡ. ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ବଲାଙ୍ଗିର, ନୂଆପଡା, ସୋନପୁର, ବୋଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୩୦ ତାରିଖରୁ ୩୧ ତାରିଖ ଯାଏଁ ପ୍ରବଳ ଶୀତ ହେବା ନେଇ ଝାରସୁଗୁଡା, ବଲାଙ୍ଗି. ବରଗଡ, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଏହାସହିତ ପ୍ରବଳ ଥଣ୍ଡା ପାଇଁ ରାତି ସମୟରେ ଘରେ ରହିବା ସହ ଭୋର ସମୟରେ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୨ରୁ ୩ ଡିଗ୍ରୀ ବଢିବ । ରାଜ୍ୟର ଅଧିକାଂଶ ସ୍ଥାନରେ ୩ ଦିନ ଯାଏ ପାରଦ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ତଳେ ରହିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031