Indus Valley Times

ଶୀତଳ ସୁନାର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲାପ୍ରଶାସନ

 Breaking News

ଶୀତଳ ସୁନାର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲାପ୍ରଶାସନ

November 30
22:04 2020

କମ୍ଭୁଧର କ୍ଷେତୀ ଙ୍କ ରିପୋର୍ଟ
ବୌଦ୍ଧ,୩୦/୧୧: ବୌଦ୍ଧବ୍ଲକର ଶଗଡା ପଞ୍ଚାୟତ ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡି ରହିଥିବା ସମ୍ପର୍କରେ ଗଣମ।।ଧ୍ୟମରେ ଖବର ପ୍ରକାଶ ପାଇବାପରେ ରବିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ଡାକ୍ତରୀ ଟିମ ସହ ରୁଗୁଡାପଡା ପିଡିତଙ୍କ ଘରକୁ ଯାଇଥିଲେ । ତାଙ୍କ ଚିକିତ୍ସା ପାଇଁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପୀଡିତଙ୍କ ମାଆଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶୀତଳଙ୍କ ବାପା ଜୀବର୍ଦ୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣାରେ ତାଙ୍କର ଗୋଡ଼ ଆଘାତ ଲାଗିଥିଲା ଏବେ ସେ ଚାଲିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି । ପରିବାର ଚଳାଇବା ପାଇଁ ଶୀତଳର ମା ମୂଲ ଲାଗି ଯାହା ମିଳେ ସେଥିରୁ ଔଷଧ ଖର୍ଚ୍ଚ ଓ ପରିବାର ଚଳେ । ଶୀତଲକୁ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ବୁର୍ଲା ନେଇ ଖର୍ଚ୍ଚାନ୍ତ ହେବା ପରେ ମଧ୍ୟ ଭଲ ନହେବା ଫଳରେ ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ମାଁ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ପ୍ରଶାସନ ସହାୟତାର ହାତ ବଢାଇଲା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କୁ ଜନସାଧାରଣରେ ପ୍ରଶଂସା କରାଯାଉଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930