Indus Valley Times

ଶୁଭେନ୍ଦୁ କାନୁନ୍‌ଗୋ ପାଇଲେ ସୂର୍ଯ୍ୟକ୍ଷେତ୍ର ସମ୍ମାନ

 Breaking News

ଶୁଭେନ୍ଦୁ କାନୁନ୍‌ଗୋ ପାଇଲେ ସୂର୍ଯ୍ୟକ୍ଷେତ୍ର ସମ୍ମାନ

December 13
21:59 2021


Suvendu Kanungo gets Suryakshetra Award

ଭୂବନେଶ୍ୱର, ୧୩।୧୨: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ଅଫ୍ ଏଜୁକେସନ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ମୋହନ ଚରଣ ମାଝି ଯୋଗ ଦେଇ କହିଥିଲେ ଯେ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦେଶର କ୍ୟାନ୍ସର ସଚେତନତା ପାଇଁ କାର୍ଯ୍ୟ କରୁଛି । ତାକୁ ସମସ୍ତେ ଅନୁକରଣ କରିବା ଆବଶ୍ୟକ ।
ମୁଖ୍ୟବକ୍ତା ଭାବେ ଆଇଓଏଫ୍ ଏସ୍ ସ୍ପେସାଲ୍ ସେକ୍ରେଟାରୀ ଡ. ହିମାଂଶୁ ଭୂଷଣ ପଣ୍ଡା ଯୋଗ ଦେଇ କ୍ୟାନ୍ସର ଉପରେ ସଚେତନତା ସୃଷ୍ଟି କିପରି ଆହୁରି ବ୍ୟାପକ ହୋଇ ପାରିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ସଂଗ୍ରାମ କେଶରୀ ପାଇକରାୟ, ବ୍ରହ୍ନକୁମାରୀ ତପସ୍ୱିନୀ, କିଶୋର ଦ୍ୱିବେଦୀ,ଏସିଆଇସି ସେକ୍ରେଟାରୀ ବିପିନ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂର୍ଯ୍ୟକ୍ଷେତ୍ର ଅନୁଷ୍ଠାନ ଓଡିଶା ସମେତ ସାରା ଦେଶରେ କ୍ୟାନ୍‌ସର ସଚେତନତା ଉପରେ କାର୍ଯ୍ୟ କରୁଛି । ମୁମ୍ବାଇଠାରେ ଥିବା ଏକ ସେଲ୍‌ଟର ହାଉସ୍‌ରେ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା କରାଯାଉଛି ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ବିପିନ ବିହାରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ, ସମ୍ବାଦିକ ଓ ଯୁବଦ୍ୟୋଗୀମାନଙ୍କୁ ‘ସୂର୍ଯ୍ୟକ୍ଷେତ୍ର ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱରର ବରିଷ୍ଠ ଫଟୋ ସମ୍ବାଦିକ ଶ୍ରୀ ଶୁଭେନ୍ଦୁ କାନୁନ୍‌ଗୋଙ୍କୁ ବେଷ୍ଟ ଫଟୋ ସମ୍ବାଦିକ ଭାବେ ଉତରୀୟ ଓ ଏକ ବ୍ୟାଙ୍କ ଚେକ୍ ସହ ପୁଷ୍ପଗୁଚ୍ଛ ଦେଇ ‘ସୂର୍ଯ୍ୟକ୍ଷେତ୍ର ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର ସାଧାରଣ ସମ୍ପାଦକ ଡ. ସୁକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031