Indus Valley Times

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ, ୩୦ଟି କାର୍ଯ୍ୟ ଦିବସ ଅଧା ରହିଗଲା

 Breaking News

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ, ୩୦ଟି କାର୍ଯ୍ୟ ଦିବସ ଅଧା ରହିଗଲା

November 29
19:26 2020

ଭୁବନେଶ୍ୱର,୨୯/୧୧: ଶେଷ ହୋଇଛି ବିଧାନ ସଭା ଶୀତ ଅଧିବେଶନ । ନିର୍ଦ୍ଧାରିତ ସମୟର ମାସେ ଅଗରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର।
ଏହି ଅଧିବେଶନ ରେ ୨ ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଆଉ ଗୋଟିଏ ସ୍ୱତନ୍ତ୍ର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୭ ଟି ବିଲ୍ ପାରିତ ହୋଇଛି। ବୁଧବାର ଦିନ ବିଧାନସଭାରେ ‘ପରୀ’ ହତ୍ୟା ମାମଲାକୁ ନେଇ ବିରୋଧି ବିଜେପି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହରେ ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍। ୧୧ ହଜାର ୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେଲା । ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବା ସମୟରେ ଗୃହରେ ବିରୋଧି ବିଜେପିର ସଭ୍ୟ ଉପସ୍ଥିତ ନଥିଲେ ।
ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ନେଇ ଆସିଲା ପ୍ରସ୍ତାବ। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ବିଜେଡି ବିଧାୟକ ଅମର ଶତପଥି ମଧ୍ୟ ସମର୍ଥନ କରିଥିଲେ।
ଗତ ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ଓ ତାହା ଡିସେମ୍ବର ୩୧ ପର‌୍ୟ୍ୟନ୍ତ ଚାଲିବାର ଥିଲା । ଫଳରେ ୩୦ଟି କାର‌୍ୟ୍ୟ ଦିବସ ପୂର୍ବରୁ ବିଧାନସଭା ବନ୍ଦ ହୋଇଯାଇଛି । ଯାହାକୁ ନେଇକି ବିରୋଧି ଦଳ ଅଭିଯୋଗ କରିଛନ୍ତି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ । ତାରା ପ୍ରସାଦ ବାହିନୀପତି କହିଥିଲେ ଗୃହରେ ଆହୁରୀ ଅନେକ ପ୍ରସଙ୍ଗ ଆଲୋଚନା ହେବାରେ ବାକିଥିଲା ଗୃହକୁ ଏପରି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା ଠିକ ନୁହେଁ ବୋଲି କହିଛନ୍ତି।
ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିରୋଧୀ ଦଳକୁ ନ ପଚାରି ଗୃହକୁ ବନ୍ଦ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ସେ କେହିଛନ୍ତି, ସରକାରୀ କାର‌୍ୟ୍ୟ ନଥିବା ସତ୍ୟ ନୁହେଁ। ସରକାର ବିଭିନ୍ନ ପ୍ରସଙ୍ଗରୁ ବଞ୍ଚିବା ପାଇଁ କେବଳ କରୋନା ଆଳ ଦେଖାଇ ଗୃହକୁ ବନ୍ଦ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031