Indus Valley Times

ଶୋଇଥିବା ବେଳେ ଓଲଟି ପଡିଲା ଡମ୍ପର, ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

 Breaking News

ଶୋଇଥିବା ବେଳେ ଓଲଟି ପଡିଲା ଡମ୍ପର, ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ଶୋଇଥିବା ବେଳେ ଓଲଟି ପଡିଲା ଡମ୍ପର, ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ
June 05
09:56 2024

ବାଲେଶ୍ୱର, ୫/୬ : ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ଡମ୍ଫର। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅନ୍ତର୍ଗତ ଆମ୍ବଳିଅଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ମୃତ ଦମ୍ପତି ହେଲେ କାସିଡିହା ଗ୍ରାମର ସୁଧୀର ଜେନା ଓ ଗୀତାରାଣୀ ଜେନା।
ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଡମ୍ଫରଟି ଚିପ୍ସ ନେଇ ନେଇ ଆସୁଥିଲା। ଆମ୍ବଳିଅଠା ଛକ ନିକଟରେ ଭାରସାମ୍ୟ ହରାଇ ଡମ୍ଫରଟି ଦୋକାନ ଉପରେ ମାଡ଼ି ଯାଇଥିଲା। ଏହି ସମୟରେ ଦୋକାନ ଭିତରେ ସୁଧୀର ଓ ତାଙ୍କ ସ୍ତ୍ରୀ ଶୋଇଥିଲେ।
ଡମ୍ପରଟି ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ପରେ ଡମ୍ଫରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୋକାନଟି ଦୁର୍ଘଟଣାରେ ଭାଙ୍ଗି ନଷ୍ଟ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031