Indus Valley Times

ଶୌଚାଳୟରେ ଜନ୍ମନେଲା ଶିଶୁ, ପ୍ୟାନରେ ଗଳିପଡିଲା ମୁଣ୍ଡ

 Breaking News

ଶୌଚାଳୟରେ ଜନ୍ମନେଲା ଶିଶୁ, ପ୍ୟାନରେ ଗଳିପଡିଲା ମୁଣ୍ଡ

May 06
12:39 2023

ବରଗଡ,୬/୫ : ଶୌଚାଳୟରେ ଜନ୍ମ ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ମୁଖ୍ୟ ଚିକିତ୍ସାଳୟରେ। ଶିଶୁଟିକୁ ଉଦ୍ଧାର କରାଯାଇ SNCU ରେ ଭର୍ତ୍ତି କରାଯାଇଛି।
କକରାଝୁରୀ ଡୁଙ୍ଗୁରିପାଲି ଅଞ୍ଚଳର ଜଣେ ମହିଳା ସନ୍ତୋସିନୀ ମିର୍ଧାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଗତକାଲି ବିଳମ୍ବିତ ରାତିରେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ସକାଳେ ସନ୍ତୋସିନୀଙ୍କୁ ଶୌଚ ପାଇଁ ପାଇଖାନାକୁ ଯାଇଥିଲେ। ଶୌଚ ସମୟରେ ଶିଶୁଟି ଜନ୍ମ ହୋଇ ପାଇଖାନା ଭିତରେ ପଡ଼ି ଯାଇଥିଲା। ମହିଳା ଜଣଙ୍କ ଏହା ଦେଖି ପାଟି କରିଥିଲେ। ଶିଶୁଟିର ମୁଣ୍ଡ ପାଇଖାନା ଭିତରେ ପସି ଯାଇଥିଲା।
ମହିଳାଙ୍କ ପାଟି ଶୁଣି ହସପିଟାଲରେ ଥିବା କର୍ମଚାରୀ ଓ ରୋଗୀଙ୍କ ସଂପର୍କୀୟ ଦୌଡ଼ି ଆସି ଶିଶୁଟିକୁ ଧୀରେ ଧୀରେ ପାଇଖାନାରୁ ଉଦ୍ଧାର କରିଥିଲେ। ପରେ ଶିଶୁଟିକୁ SNCUରେ ଭର୍ତ୍ତି କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031