Indus Valley Times

ଶ୍ରଦ୍ଧାଞ୍ଜଳି ଗଲେ କୁଆଡେ; ଇଡିର ବାରମ୍ବାର ସମନକୁ ଖାତିର ନାହିଁ

 Breaking News

ଶ୍ରଦ୍ଧାଞ୍ଜଳି ଗଲେ କୁଆଡେ; ଇଡିର ବାରମ୍ବାର ସମନକୁ ଖାତିର ନାହିଁ

December 03
13:30 2022

ଭୁବନେଶ୍ୱର, ୩ ।୧୨: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ସମନ କରିବା ସତ୍ତ୍ୱେ ହାଜର ହେଉ ନାହାଁନ୍ତି । ତେବେ ଇଡିର ବାରମ୍ବାର ସମନ ସତ୍ତ୍ୱେ ହାଜର ନହେଲେ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇ ପାରେ । ହେଲେ ବାରମ୍ବାର ସମନ ସତ୍ତ୍ୱେ କାହିଁକି ଇଡିରେ ହାଜର ହେଉ ନାହାଁନ୍ତି । ଇଡ଼ି ଜେରାକୁ ଡରି ଶ୍ରଦ୍ଧାଞ୍ଜଳି ଫେରାର ହୋଇଯାଇଛନ୍ତିତ ବୋଲି ପ୍ରଶ୍ନ ଉଠୁଛି ।
ସୂଚନାଯୋଗ୍ୟ ଯେ ଅର୍ଚ୍ଚନା ନାଗ ମାମଲାରେ ଇଡ଼ି ବହୁ ବଡ଼ବଡ଼ିଆଙ୍କୁ ଡାକି ଜେରା କରୁଛି । ନଭେମ୍ବର ୨୩ ତାରିଖରେ ଇଡ଼ି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ସେହିଦିନ ଶ୍ରଦ୍ଧାଞ୍ଜଳି ୧୪ ଘଣ୍ଟା ଧରି ଜେରା କରିଥିଲା । ଏହାପରେ ଇଡ଼ି ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କୁ ମୁହାଁମୁହିଁ ଜେରା କରାଯାଇ ଛାଡି ଦିଆଯାଇଥିଲା । ପରେ କିନ୍ତୁ ଶ୍ରଦ୍ଧାଞ୍ଜଳିକୁ ପୁନଃ ଜେରା ପାଇଁ ଇଡ଼ି ବାରମ୍ବାର ସମନ କରୁଥିଲେ ମଧ୍ୟ ଇଡ଼ିକୁ ଧରାଛୁଆଁ ଦେଉ ନାହାଁନ୍ତି ଶ୍ରଦ୍ଧା ।
ସେପଟେ ଆଜି ପୁଇଥିରେ ଇଡ଼ିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାନ ଦାସ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930