Indus Valley Times

ଶ୍ରମିକଙ୍କ ନାର୍ଯ୍ୟ ଦାବି ହାସଲ ପାଇଁ ଆମରଣ ଅନଶନ କରିବି- ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

 Breaking News

ଶ୍ରମିକଙ୍କ ନାର୍ଯ୍ୟ ଦାବି ହାସଲ ପାଇଁ ଆମରଣ ଅନଶନ କରିବି- ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

ଶ୍ରମିକଙ୍କ ନାର୍ଯ୍ୟ ଦାବି ହାସଲ ପାଇଁ ଆମରଣ ଅନଶନ କରିବି- ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ
July 23
18:39 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୩/୭ : ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ହକ ପାଈଁ ମୁ ସମର୍ପିତ । ସେମାନଙ୍କ ହକର ଲଢେଇରେ ମୁଁ ସାମିଲ ଅଛି ଓ ସେମାନଙ୍କ ସହିତ ରହିଛି । ଆବଶ୍ୟକ ପଡ଼ିଲେ ମୁଁ ଆମରଣ ଅନଶନ କରିବି ।
ଏହା କହିଛନ୍ତି ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ସୁକିନ୍ଦା ରିଜିୟନ କ୍ରୋମାଇଟ୍ ଖଦାନ ମଜଦୁର୍ ସଂଘର ସଭାପତି ଇଂ ପ୍ରୀତିରଞ୍ଜନ ଘଡ଼ାଇ।
ଡେକୋ ଓ କେସିସି ସଂସ୍ଥା ଅଧିନରେ କାର‌୍ୟରତ ଖଣି ଶ୍ରମିକ ମାନଙ୍କ ନାର୍ଯ୍ୟ ଦାବିକୁ ନେଇ ଆନ୍ଦଳୋନ ଦ୍ୱିତୀୟ ଦିନରେ ପହଞ୍ଚିଛି। ବିଭିନ୍ନ ଦାବି ହାସଲ ପାଇଁ କର୍ମଚାରୀ ଓ ଶ୍ରମିକ ମାନେ ଦୁଇଦିନ ଧରି ଆନ୍ଦୋଳନ କରୁଛନ୍ତି ।
ଆଜି ଆନ୍ଦଳୋନରେ ଯୋଗ ଦେଇ ଇଂ ଘଡ଼ାଇ ଚେତାବନୀ ଦେଇ କହିଛନ୍ତି ଶ୍ରମିକ ମାନଙ୍କ ଦାବି ଯଥାର୍ଥ ଓ ତାହା ଯଥାଶୀଘ୍ର ପୂରଣ ହେଉ। ନଚେତ ମୁଁ ଆମରଣ ଅନଶନ କରିବାକୁ ବାଧ୍ୟ ହେବି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30