Indus Valley Times

ଶ୍ରୀମନ୍ଦିର ଭିତରେ ଠେଲାପେଲାରେ ୨ ଭକ୍ତ ଆହାତ

 Breaking News

ଶ୍ରୀମନ୍ଦିର ଭିତରେ ଠେଲାପେଲାରେ ୨ ଭକ୍ତ ଆହାତ

January 15
20:29 2023

ପୁରୀ, ୧୫/୧: ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ- ସୁଲୋଚନା ସାହୁ ଓ ଦିବ୍ୟା ସାହୁ। ଉଭୟଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।
ଏହି ସମୟରେ ବାହାର କାଠ ନିକଟରେ ଠେଲପେଲା ହେବାରୁ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ସୁଲୋଚନା ଓ ଦିବ୍ୟା। ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦିବ୍ୟାଙ୍କୁ ଡିସ୍ଚାର୍ଜ କରାଯାଇଥିବା ବେଳେ ସୁଲୋଚନା ଏବେ ବି ପୁରୀ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଥାଉ କି, ଗତକାଲି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି ଞ-ସେତୁ ଉପରେ ଦଳାଚକଟା ହୋଇଥିଲା। ସିଂହନାଥ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା।ଆଶାତୀତ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031