Legatus

ଶ୍ରୀ ସତ୍ୟସାଇବାବାଙ୍କ ୯୮ତମ ଜନ୍ମ ବାର୍ଷିକୋତ୍ସବ ପାଳିତ

 Breaking News

ଶ୍ରୀ ସତ୍ୟସାଇବାବାଙ୍କ ୯୮ତମ ଜନ୍ମ ବାର୍ଷିକୋତ୍ସବ ପାଳିତ

November 24
10:46 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୪/୧୧:କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୯୮ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି । ସମିତି ର ଆବାହକ ସୁରେନ୍ଦ୍ର ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟୁଷରେ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତ୍ତନ ଆୟୋଜନ ହୋଇଥିଲା ।
ଏନେଇ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ, ପ୍ରଶାନ୍ତି ପତାକା ଉତ୍ତାଳନ, ଷୋଡ଼ଶୋପଚାର ପୂଜା ଓ ହୋମ କାର୍ଯ୍ୟକ୍ରମ ଯଥାରିତି ନୀତି ଅନୁଯାୟୀ ହୋଇଥିଲା । ପରେପରେ ସତ୍ୟସାଇଙ୍କ ଫୋଟୋ ଚିତ୍ର କୁ ଏକ ସୁସଜ୍ଜିତ ରଥ ରେ ସମଗ୍ର ନଗର ପରିକ୍ରମା କରାଯାଇ ଥିଲା ।
ଏହି ଅବସରରେ ନାରାୟଣୀ ମାନଙ୍କୁ ରନ୍ଧା ଖାଦ୍ୟ ପୁଡିଆ ବଣ୍ଟନ କରିବା ସହିତ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା । ପରେ ପରେ ଅସହାୟ ଦୀନ ଦୁଃଖୀ ଲୋକ ମାନଙ୍କୁ ଲୁଗାପଟା ସହିତ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ସେବାଗ୍ରାମ, ପୋଷ୍ୟଗ୍ରାମ, ରୋଗୀ ମାନଙ୍କ ଘରକୁ ଯାଇ ବାବାଙ୍କ ଫୋଟୋ, ବିଭୁତି ଓ ପ୍ରସାଦ ବଣ୍ଟନ କରାଯାଇଥିଲା ।
ସନ୍ଧ୍ୟାରେ ଲିଖିତ ଜପ ପରେ ପରେ ୯୮ ଗୋଟି ଦୀପ ପ୍ରଜ୍ଜଳନ କରାଯାଇ ବେଦ ପାଠ ସହିତ ଭଜନ କରି ସାଇଝୁଲା ରେ ଝୁଲାଇ କେକ କଟା ଯାଇଥିଲା ଶେଷରେ ବାଳବିକାଶ ପିଲାଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବାଳବିକାଶ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରି ମଙ୍ଗଳ ଆରତୀ କରି ସମାପନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31