Legatus

ଷଢ଼େଇଗଡ଼ ରେ ବୋମା ବିସ୍ଫୋରଣ; ଜଣେ ମୃତ, ଜଣେ ଗୁରୁତର

 Breaking News

ଷଢ଼େଇଗଡ଼ ରେ ବୋମା ବିସ୍ଫୋରଣ; ଜଣେ ମୃତ, ଜଣେ ଗୁରୁତର

April 08
15:28 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୮/୪: ଗତକାଲି ବିଳମ୍ବିତ ରାତିରେ ସଦରଥାନା ଅନ୍ତର୍ଗତ ବ୍ରଜମୋହନପୁର ପଂଚାୟତ ଷଢେଇଗଡ ରେ ହୋଇଛି ବୋମା ବିସ୍ଫୋରଣ ।
ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଉକ୍ତ ଗ୍ରାମର ନିରାକାର ସିଂ (୨୫) । ଆହତ ହେଲେ ଟୁଆଁ ସେନାପତି (୩୦) ।
ପୁଲିସ ଓ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି, ଗତକାଲି ବିଳମ୍ବିତ ରାତିରେ ଷଢେଇଗଡ ଗାଁ ର ତଳଟାଙ୍ଗିସାହି ଗହୀର ଚୁଆ ନିକଟରୁ ବୋମା ଧରି ବାଇକ ରେ ଆସୁଥିବାବେଳେ ବାଇକ ପଡିଯିବାରୁ ଏହା ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଟୁଆଁ ର ଗୋଡ ଭାଙ୍ଗିଥିବା ଜଣାଯାଇଛି ।
ବିସ୍ଫୋରଣରେ ଘଟଣାସ୍ଥଳରେ ସେ ଆସୁଥିବା ଗାଡି ଟି ନଷ୍ଟ ହୋଇପଡି ରହିଛି । ଖବର ପାଇ ପୁଲିସ ଦୁଇଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା , ସେଠାରେ ଡାକ୍ତର ନିରାକାର କୁ ମୃତ ଘୋଷଣା କରିଥିଲେ ।
ଟୁଆଁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାକୁ ଭୁବନେଶ୍ୱର ଏମସ୍ ସ୍ଥାନାନ୍ତର କରିଛନ୍ତି । ପୁଲିସ ଓ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଘଟଣାସ୍ଥଳରୁ ନଷ୍ଟ ହୋଇଥିବା ବାଇକ୍ ଓ ରକ୍ତଭିଜା ମାଟିକୁ ପୁଲିସ ଜବତ କରିଥିବା ଜଣାଯାଇଛି ।
ନିରାକାରଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ୯୭/୨୫ରେ ଏକ କେଶ ରୁଜୁ କରିଥିବା ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ କହିଛନ୍ତି । ବମ୍ କେଉଁଆଡେ ନେଇ ଯାଉଥିଲେ ତାହା ତଦନ୍ତ ସାପେକ୍ଷ ବୋଲି ପୋଲିସ କହିଛି ।
ଅନ୍ୟପକ୍ଷରେ ଗତକାଲି ରାତିରେ ଉକ୍ତ ଚୁଆ ନିକଟରେ ବମ୍ ବରାଦି ଥିବାରୁ ଉକ୍ତ ଯୁବକମାନେ ପ୍ରସ୍ତୁତ କରି ତାହାକୁ ଡେଲିଭରି ଦେବାକୁ ନେଇକି ଯାଉଥିଲେ ।
ଉକ୍ତ ସମୟରେ ଅଘଟଣ ଘଟିଥିବା କିଛି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ପୂର୍ବରୁ ଏହି ଗାଁ ରେ କିଛି ଯୁବକ ଏଭଳି କାର୍ଯ୍ୟ କରୁଥିବା ନଜିର ରହିଛି । ନିକଟସ୍ଥ ତଥା ଜିଲ୍ଲା ବାହାରୁ ଲୋକ ଆସି ବମ୍ ଲାଗି ଏମାନଙ୍କୁ ବରାଦ ଦେଉଥିବାବେଳେ ଏଠାରୁ ବମ୍ ନେଇ ଅନେକ ସ୍ଥାନରେ ଆତଙ୍କ ଖେଳାଉଥିବା ନଜିର ରହିଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930