Indus Valley Times

ସକାଳେ ସୂର୍ଯ୍ୟଙ୍କ ତାତି ସହ ଅପରାହ୍ନରେ ବର୍ଷା ସମ୍ଭାବନା, ୧ ୭ ପରେ ବଢିବ ପରିମାଣ

 Breaking News

ସକାଳେ ସୂର୍ଯ୍ୟଙ୍କ ତାତି ସହ ଅପରାହ୍ନରେ ବର୍ଷା ସମ୍ଭାବନା, ୧ ୭ ପରେ ବଢିବ ପରିମାଣ

ସକାଳେ ସୂର୍ଯ୍ୟଙ୍କ ତାତି ସହ ଅପରାହ୍ନରେ ବର୍ଷା ସମ୍ଭାବନା, ୧ ୭ ପରେ ବଢିବ ପରିମାଣ
June 11
11:13 2025

ଭୁବନେଶ୍ୱର, ୧୧/୬ : ଆଜିଠୁ ବଢିବ ବର୍ଷାର ପ୍ରକୋପ। ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ଜାରି ରହିବ। ତେବେ ଆଗାମୀ ରଜ ତିନି ଦିନ ମଧ୍ୟ ପ୍ରବଳ ବର୍ଷା ପବନ ହେବାର ସମ୍ଭାବନା ଅଛି। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କୁ ଏନେଇ ଆଗାମୀ ସାତ ଦିନ ଯାଏ ବର୍ଷାର ପୁର୍ବାନୁମାନ କରାଯାଇଛି।
ଉତ୍ତର ଉପକୁଳ ଓଡିଶା ଓ ତାର ଆଖପାଖ ଅଂଚଳରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ। ବିଜୁଳି ଘଡଘଡି ସହ ମଧ୍ୟ ବର୍ଷା ପବନ ବହିବ। ଏନେଇ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏଥିସହ ପବନ ମଧ୍ୟ ୫୦ରୁ ୬୦କିମି ଘଣ୍ଟା ପ୍ରତି ବହିବାର ଆଶଙ୍କା ରହିଛି। ପହିଲି ରଜ ଦିନ ଅର୍ଥାତ ୧୪ ଓ ୧୫ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବ।
ସେହିପରି ଦ୍ବିତୀୟ ଓ ଶେଷ ରଜ ଅର୍ଥାତ୍ ୧୫ ରୁ ୧୬ ତାରିଖ କେବଳ କଟକ ଓ ନୟାଗଡ଼ରେ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୧୧ ତାରିଖ ପର ଠାରୁ ରାଜ୍ୟରେ କମି ପାରେ ତାପମାତ୍ରା କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଗୁଳୁଗୁଳି ଜାରି ରହିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930