Indus Valley Times

ସଡକ ସୁରକ୍ଷା ମାସ ଅବସରରେ ସଚେତନତା ରଥ ଏବଂ ପଦଯାତ୍ରାର ଶୁଭାରମ୍ଭ

 Breaking News

ସଡକ ସୁରକ୍ଷା ମାସ ଅବସରରେ ସଚେତନତା ରଥ ଏବଂ ପଦଯାତ୍ରାର ଶୁଭାରମ୍ଭ

ସଡକ ସୁରକ୍ଷା ମାସ ଅବସରରେ ସଚେତନତା ରଥ ଏବଂ ପଦଯାତ୍ରାର ଶୁଭାରମ୍ଭ
January 16
17:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୧ : (ଗୁରୁବାର )ଦିନ ସକାଳ ୧୦ ଘଟିକା ସମୟରେ ବୌଦ୍ଧ ଟାଉନ୍ ହଲ ଠାରୁ ସଡକ ସୁରକ୍ଷା ମାସ ଅବସରରେ ଏକ ସଚେତନତା ରଥ ଏବଂ ପଦଯାତ୍ରା ର ଶୁଭାରମ୍ଭ ହୋଇଯାଇଛି ।
ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଅଧ୍ୟକ୍ଷ, ପୌର ପରିଷଦ, ବୌଦ୍ଧ ମୃତ୍ୟୁଞ୍ଜୟ ମିଶ୍ର,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ସବୁଜ ପତାକା ଦେଖାଇ ସଚେତନତା ରଥ ଓ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ ।
ଆଞ୍ଚଳିକ ପରିବହନ ଅଧିକାରୀ ଇଂ ସୁଷମା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଏବଂ ପି. ଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ ର ଏ ନ. ସି. ସି. ଛାତ୍ର ଛାତ୍ରୀ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ, ଟ୍ରକ ମାଲିକ ସଂଘ, ଘରୋଇ ବସ ମାଲିକ ସଂଘ, ବରିଷ୍ଠ ନାଗରିକ ସଂଘ,ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ବହୁ ସଂଖ୍ୟା ରେ ସାମିଲ ହୋଇଥିଲେ । ପଦଯାତ୍ରା ବୌଦ୍ଧ ସହରର ର ଗାନ୍ଧୀ ଛକ, ବାଘଗୁଡା ଛକ, ମେଡିକାଲ ଛକ ପରିକ୍ରମା କରି ମହାନଦୀ ବ୍ରିଜ ଛକ( ବିଜୁ ପଟ୍ଟନାୟକ ଛକ) ନିକଟରେ ପହଞ୍ଚିଥିଲା ।
ସେଠାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ରାସ୍ତାରେ ଯାତାୟତ କରୁଥିବା ଯାନବାହାନ ଚାଳକ ମାନଙ୍କୁ ସଚେତନ କରାଯାଇ ଅତିଥି ମାନଙ୍କ ଦ୍ବାରା ବିନା ହେଲମେଟରେ ଯାତାୟତ କରୁଥିବା ବାଇକ ଚାଳକ ମାନଙ୍କୁ ହେଲମେଟ, ଗୋଲାପ ଫୁଲ ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ପରିଚାଳନା କରିଥିବା ବେଳେ ଏମ. ଭି. ଆଇ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031