Indus Valley Times

ସଦଭାବନା ସଭାଗୃହଠାରେ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ସଭା ଏବଂ ନୂତନ ଉପଜିଲ୍ଲାପାଳଙ୍କ ଉପଲକ୍ଷେ ସ୍ୱାଗତ, ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

 Breaking News

ସଦଭାବନା ସଭାଗୃହଠାରେ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ସଭା ଏବଂ ନୂତନ ଉପଜିଲ୍ଲାପାଳଙ୍କ ଉପଲକ୍ଷେ ସ୍ୱାଗତ, ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସଦଭାବନା ସଭାଗୃହଠାରେ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ସଭା ଏବଂ ନୂତନ ଉପଜିଲ୍ଲାପାଳଙ୍କ ଉପଲକ୍ଷେ ସ୍ୱାଗତ, ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
July 29
20:08 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୭ : ସୋମବାର ସନ୍ଧ୍ୟା ୭ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ବୌଦ୍ଧର ପୂର୍ବତନ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ଉପଲକ୍ଷେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଏବଂ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଉପ ଜ଼ିଲ୍ଲାପାଳ ଙ୍କ ଉପଲକ୍ଷେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।
ଶ୍ରୀ ବାଣୁଆ ୬ ମାସ ତଳେ ବୌଦ୍ଧରେ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ବେଳେ ଏଠାରୁ ଭୁବନେଶ୍ୱର କୁ ତାଂକର ବଦଳି ହୋଇଛି ।
ସେ ଜଣେ ସ୍ପଷ୍ଟବାଦୀ, ନିର୍ଭିକ, ଦାୟିତ୍ୱବାନ, ସମୟକ୍ଷନୁବର୍ତ୍ତୀ, ଆଦର୍ଶ, ନିଷ୍ଠାପର, ଅନ୍ୟାୟ, ଦୁର୍ନୀତି କୁ ପ୍ରଶୟ ନ ଦେଇ ନିଷ୍ଠାପର ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରୁଥିବା ଅଧିକାରୀ ବୋଲି ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ମାନେ ମତବ୍ୟକ୍ତ କରିଥିଲେ ।
ଆଜି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏହି ଉପଲକ୍ଷେ ଆୟୋଜିତ ସଭା କୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଉପ ବିଭାଗୀୟ ଅଧିକାରୀ ଭିକାରୀ ଝାଙ୍କର ପରିଚାଳନା କରିଥିଲେ ।
ଏହି ଅବସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଧାନ, ସି ଡି ଓ, ଜ଼ିଲ୍ଲା ପରିଷଦ ଶ୍ରୀଯୁକ୍ତ ଦଣ୍ଡସେନାଙ୍କ ସମେତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ କନକଲତା ନାଏକ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ଟ୍ରେନିଂ ଅଫିସର ଆଶିଷ ବେହେରା, ଚନ୍ଦନ ସାହୁ, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ, ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ସହକାରୀ ଜ଼ିଲ୍ଲାପାଳ ତଥା ସହକାରୀ ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ,ସହକାରୀ ଜ଼ିଲ୍ଲାପାଳ ଶରତ କୁମାର ମିଶ୍ର, ଡି ପି ଏମ ରଶ୍ମି ରଞ୍ଜନ ସେଠୀ, ବରିଷ୍ଠ ରାଜସ୍ବ ସହାୟକ ସରୋଜ କୁମାର ବେହେରା, ପ୍ରମୋଦ କୁମାର ସେଠୀ,ବରିଷ୍ଠ ରାଜସ୍ୱ ସହାୟକ ସୌମ୍ୟ ଯୋଶୀ ପ୍ରମୁଖ ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବକ୍ଷଣୁଆ ଙ୍କ ଉଦ୍ଦେଶ୍ୟ ରେ ଜଣେ କର୍ତ୍ତବ୍ୟ ନିଷ୍ଠ ସୁ ଶାସକ ବୋଲି ମତବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930