Indus Valley Times

ସନାତନର ପ୍ରତୀକ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

 Breaking News

ସନାତନର ପ୍ରତୀକ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

February 05
22:29 2022

ନୂଆଦିଲ୍ଲୀ, ୫।୨: ଶମସାବାଦରେ ସମାନତର ପ୍ରତୀକ ‘ଷ୍ଟାଚ୍ୟୁ୍ ଅଫ ଇକ୍ଵାଲିଟି’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଶ୍ରୀରାମନଗର ସ୍ଥିତ ରାମାନୁଜାଚାର‌୍ୟ୍ୟଙ୍କ ମନ୍ଦିର ପରିସରରେ ସ୍ଥିତ ଏକ ଜଜ୍ଞଶାଳାରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ପୂଜାର୍ଚ୍ଚନା କରିଛନ୍ତି। ସେ ପରିସରରେ ନିର୍ମିତ ୧୦୮ ଦିବ୍ୟ ଦେଶମ ମନ୍ଦିରର ପରିକ୍ରମା କରିଥିଲେ। ଏହି ଦିବ୍ୟ ଦେଶମ ପ୍ରତୀକ ‘ଷ୍ଟାଚ୍ୟୁ୍ ଅଫ ଇକ୍ଵାଲିଟି’ର ଚଃତୁପାର୍ଶ୍ଵରେ ନିର୍ମାଣ ହୋଇଛି।
ଭକ୍ତି ଆନ୍ଦୋଳନର ପୁରୋଧା ସନ୍ଥ ରାମାନୁଜଙ୍କ ୧୦୦୦ତମ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିକୁ ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହା ପୂର୍ବରୁ ସେ ହାଇଦ୍ରାବାଦର ପାଟନଚେରୁ ସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ଓଉଜଓଝଇଞର ୫୦ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ।
୨୧୬ ଫୁଟ ଉଚ୍ଚ ଷ୍ଟେଚ୍ୟୁ ଅଫ ଇକ୍ୱାଲିଟିର ପ୍ରତିମା ସନ୍ଥ ରାମାନୁଜ ଆଚାର‌୍ୟ୍ୟଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି। ରାମାନୁଜ ଆଚାର‌୍ୟ୍ୟ ଜାତି ଏବଂ ବର୍ଗରେ ଉପରେ ଜୀବନର ସମସ୍ତ ଦିଗରେ ସମାନତା ଉପରେ କାମ କରିଥିଲେ। ଏହାକୁ ପାଞ୍ଚଟି ଧାତୁରେ ନିର୍ମାଣ କରାଯାଇଛି । ଏଥିରେ ସୁନା, ରୁପା, ତମ୍ୱା, ପିତ୍ତଲ ଏବଂ ଜିଙ୍କ ରହିଛି।
ଏହା ବସିଥିବା ଅବସ୍ଥାରେ ଦୁନିଆର ସବୁଠାରୁ ଉଚ୍ଚ ଧାତୁର ମୂର୍ତ୍ତି ଅଟେ । ଏହାର ନିର୍ମାଣାରେ ପ୍ରାୟ ୧୪୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ଏଥିପାଇଁ ଦେଶ ବିଦେଶରୁ ବହୁ ଦାନ ମିଳିଛି । ଏହା ୫୪ ଫୁଟ ଉଚ୍ଚ ବେସ୍ ବିଲ୍ଡିଂରେ ପ୍ରତିଷ୍ଠିତ ହୋଇଛି, ଯାହାର ନାଁ ରହିଛି ‘ଭଦ୍ରା ବେଦୀ’ । ଏଥିରେ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ପ୍ରେକ୍ଷାଳୟ ସହ ଏକ ଶିକ୍ଷଣୀୟ ଗ୍ୟାଲେରୀ ରହିଛି । ଯେଉଁଥିରେ ରାମାନୁଜ ଆଚାର‌୍ୟ୍ୟଙ୍କ ଅନେକ କାର‌୍ୟ୍ୟର ବିବରଣୀ ଉପସ୍ଥାପିତ ହୋଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30