Indus Valley Times

ସବୁ ସରକାରୀ କର୍ମଚାରୀଙ୍କୁ ୩୦ ଯାଏଁ ଛୁଟି ମନା

 Breaking News

ସବୁ ସରକାରୀ କର୍ମଚାରୀଙ୍କୁ ୩୦ ଯାଏଁ ଛୁଟି ମନା

ସବୁ ସରକାରୀ କର୍ମଚାରୀଙ୍କୁ ୩୦ ଯାଏଁ ଛୁଟି ମନା
June 11
17:28 2024

ଭୁବନେଶ୍ବର, ୧୧/୬: ଆସନ୍ତାକାଲି ନୂଆ ସରକାର ଶପଥଗ୍ରହଣ କରିବାକୁ ଥିବା ବେଳେ ଆଗାମୀ ଜୁନ୍ ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା ହୋଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ଅତିରିକ୍ତ ମୁଖ୍ୟ ଶାସନ (ଏସିଏସ୍) ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି ।
ରାଜ୍ୟରେ ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର‌୍ୟ୍ୟକ୍ରମ ଚାଲିବ ବୋଲି କୁହାଯାଇଛି। ତେଣୁ ହେଡ୍କ୍ବାର୍ଟର ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ହୋଇଛି।
କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର‌୍ୟ୍ୟକ୍ରମ ଗ୍ରହଣ କରାଯିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031