Indus Valley Times

ସମାଜସେବୀ ରାମଚନ୍ଦ୍ର ଦେଓ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

 Breaking News

ସମାଜସେବୀ ରାମଚନ୍ଦ୍ର ଦେଓ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

November 25
10:48 2020

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ

ନୂଆଗାଁ ୨୪/୧୧: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ବେରୁଆଁବାରି ପଞ୍ଚାୟତ ଅନ୍ତରୁ ବେରୁଆଁବାରି ଗ୍ରାମର ବାସିନ୍ଦାମାନଙ୍କ ଉଦ୍ୟମ ଓ ସହଯୋଗ ରେ ଅଞ୍ଚଳ ର ବିଶିଷ୍ଠ ସମାଜସେବୀ ସ୍ବର୍ଗତ ରାମଚନ୍ଦ୍ର ଦେଓ ଙ୍କ ପ୍ରତିମୂର୍ତ୍ତି ମଙ୍ଗଳବାର ଦିନ ଉନ୍ମୋଚନ ହୋଇଯାଇଛି। ସେ ୧୯୪୫ ମସିହା ଅକ୍ଟୋବର ମାସରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋରପିଠା ଗ୍ରାମରେ ରଜ ପରି ବାର ରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ କର୍ମଭୂମି ବେରୁଆଁବାରି ଗ୍ରାମରେ ତା ୦୭-୦୭-୨୦୧୭ ମସିହାରେ ମୃତ୍ୟୁ ବରଣ କରିଥିଲେ। ଯୁବାବସ୍ଥାରେ ସେ ତାଙ୍କ ଖମାର ଗାଁ ବେରୁଆଁବାରି,ବନ୍ଧାଭୁଇଁ, ମଧୂପଲ୍ଲି,ଜଦୂପଲ୍ଲି, ଖୋଷାପଲ୍ଲି,ମଧୁବନ, ଚାକୁଣ୍ଡାପଲ୍ଲି ପ୍ରଭୃତି ସତ ଖଣ୍ଡ ରକ୍ଷଣା ବେକ୍ଷଣ ଦାୟିତ୍ଵ ନେବାସହିତ ସେସବୁ ଗ୍ରାମ ଓ ଅଞ୍ଚଳର ସମସ୍ତ ବିକାଶ ମୂଳକ କାର‌୍ୟ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବେରୁଆଁବାରି ଗ୍ରାମପଞ୍ଚାୟତ ର ପ୍ରଥମ ସରପଞ୍ଚ ହେବାସହିତ ଦୁଇଥର ନିର୍ବାଚିତ ହୋଇ ସୁଚାରୁ ରୂପେ ସରପଞ୍ଚ ଦାୟିତ୍ୱ ତୁଲାଇଥିଲେ।୧୯୬୮ ମସିହାରେ ରାଜ୍ୟ ସ୍ୱତନ୍ତ୍ର ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ। ଖଣ୍ଡପଡ଼ା ରାଜା ଗଦାଧର ସିଂଶାମନ୍ତ୍ ଙ୍କ ଦ୍ଵାରା ରଚିତ ଡୁମ୍ଫା ସଙ୍ଗୀତ ପରିବେଷଣ ସେ ଥିଲେ ସିଦ୍ଧହସ୍ତ ।ସେ ଏକାଧାରରେ ଥିଲେ ଜଣେ ସମାଜସେବୀ,କବି, ସୂ ସାହିତ୍ୟିକ, ସୁସଂଗଠକ, ରାଜନେତା ଏବଂ ପରାମର୍ଶ ଦାତା। ତାଙ୍କରି ଉଦମ୍ୟ ରେ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି।ସେ ଅଞ୍ଚଳ ର ଶିକ୍ଷା ର ବିକାଶ ତଥା ଉଚ୍ଚଶିକ୍ଷା ରୁ ବଞ୍ଚିତ ହେଉ ଥିବା ଅଞ୍ଚଳ ର ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ର ସୁବିଧା ନିମନ୍ତେ ବାହାଡ଼ା ଝୋଲା ଠାରେ ପ୍ରତିଷ୍ଠିତ +୨ ଓ +୩ ଡ଼ିଗ୍ରୀ କଲେଜ ସ୍ଥାପନା ରେ ଭୂମିକା ଗ୍ରହଣ କରିଥିବା ବେଳେ ସେ ଦୀର୍ଘ ଦିନଧରି \” ନିୟନ୍ତ୍ରିତ ବଜାର କମିଟି, ବାହାଡ଼ା ଝୋଲା\” ପରିଚାଳନା କମିଟି ର ସଦସ୍ୟ ଥିଲେ। ଶ୍ରୀ ଦେଓ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜିତ ଉତ୍ସବରେ ଗ୍ରାମର ସମସ୍ତ ଗ୍ରାମବାସୀ ଯୋଗ ଦେଇଥିବାବେଳେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଏହି କାର‌୍ୟ୍ୟକ୍ରମ ରେ ବଙ୍କିରାଜା ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର, ଖଣ୍ଡପଡ଼ା ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ, କୋରପିଠା ରାଜପରିବାରର ତ୍ରିଭୁବନ ଚନ୍ଦ୍ର ଦେଓ ପ୍ରମୁଖ ଯୋଗଦେଇଥିଲେ। କୂଳ ପୁରୋହିତ ଗଦାଧର ମିଶ୍ର ବୈଦିକ ରୀତି ନିତୀ ଅନୁଯାୟୀ ବେଦମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930