Indus Valley Times

ସମାପାଜୁର ରଘୁ ଚଳଚିତ୍ରର କଳାକାରଙ୍କ ସହ କେକ୍ କାଟିଲେ ଜିଲ୍ଲାପାଳ

 Breaking News

ସମାପାଜୁର ରଘୁ ଚଳଚିତ୍ରର କଳାକାରଙ୍କ ସହ କେକ୍ କାଟିଲେ ଜିଲ୍ଲାପାଳ

January 31
11:33 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୧ : ଓଡ଼ିଆ ସିନେମାର ପ୍ରସିଦ୍ଧ କଳାକାର ମନୋଜ ମିଶ୍ରଙ୍କ ପ୍ରଯୋଜନାରେ ସମାପାଜୁର ରଘୁ ନାମକ ଓଡିଆ ଚଳଚିତ୍ର ରବିବାର ମୁକ୍ତିଲାଭ କରିଛି । ଏହି ଚଳଚିତ୍ରର ୯୦% ପ୍ରତିଶତ ଶୁଟିଂ ବୌଦ୍ଧଜିଲ୍ଲାରେ ହୋଇଥିବାବେଳେ ଏଥିରେ ବୌଦ୍ଧର ଅନେକ କଳାକାର ମଧ୍ୟ ଅଭିନୟ କରିଛନ୍ତି । ବିଶେଷ ଭାବରେ କାହାଣୀର କେନ୍ଦ୍ରବିନ୍ଦୁ ହୋଇଥିବା ବୌଦ୍ଧର ଶିଶୁ କଳାକାର ପରୀର ନିଖୁଣ ଅଭିନୟ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି ।
ବୌଦ୍ଧଜିଲ୍ଲାର ଏକ ଦୁର୍ଗମ ଆଭ୍ୟନ୍ତରୀଣ ଗ୍ରାମ ସମାପାଜୁକୁ ନେଇ ଚଳଚିତ୍ର କାହାଣୀର କଥାବସ୍ତୁ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ନେଇ ବୌଦ୍ଧଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ବୌଦ୍ଧର ସିନେ କଳାକାର ଚିନ୍ମୟ ମିଶ୍ର(ପପୁ)ଙ୍କ ଦ୍ୱାରା ଏହି ଚଳଚିତ୍ର ନିର୍ଦ୍ଦେଶନା ଦିଆଯାଇଥିବାବେଳେ ମୁଖ୍ୟ ଚରିତ୍ରରେ ମନୋଜ ମିଶ୍ର ଓ ସୁର‌୍ୟମୟୀ ଅଭିନୟ କରିଛନ୍ତି ।
ବୌଦ୍ଧର କଳାକାର ଗୋପାଳକୃଷ୍ଣ ବେହେରା,ମାନସ ମିଶ୍ର,କାବୁ ବୋଷ,ପ୍ରବୀର ଦାସ,ଆସ୍ଥା ଦାଶ,ସସ୍ମିତା ବାରିକ୍‌,ବିଜୟଲକ୍ଷ୍ମୀ ସେଠୀ,ସାଇ ଲକ୍ଷ୍ମୀ,ଚନ୍ଦ୍ରମା ଯୋଷୀ,ପ୍ରସନ୍ନ ଜେନା,ଇନ୍ଦ୍ରମଣି ମେହେର,ଅଶୋକ କୁମାର,କାହ୍ନା ପ୍ରଧାନ,ଆଲୋକ ମେହେର,ବିଦେଶୀ,ଶ୍ରୁତୀ ଚିନ୍ମୟୀ ପ୍ରଧାନ,କାଲି ପ୍ରସାଦ ନାଏକ ଓ ପ୍ରିଂଶୁ ପ୍ରମୁଖ ଚଳଚିତ୍ରରେ ଛୋଟ ଛୋଟ ତଥା ଚତ୍ମକାର ଅଭିନୟ କରିଛନ୍ତି । ଚଳଚିତ୍ରର ମୁକ୍ତିଲାଭ ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ତହସିଲଦାର ଅବିନାଶ ପାଣ୍ଡିଆ ବୌଦ୍ଧର କଳାକାରମାନଙ୍କ ଗହଣରେ କେକ୍ କାଟିବା ସହିତ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ଏହି ଚଳଚିତ୍ରରେ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ଶୋଭାରାଜିର ଝଲକ ଦର୍ଶକମାନଙ୍କୁ ଆନନ୍ଦ ଦେବା ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।
ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୀତ
ବୌଦ୍ଧ,୩୧/୧: ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ହରଭଙ୍ଗା ବ୍ଲକର ବଙ୍କାପଡା ଗ୍ରାମ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକ ପ୍ରାରମ୍ଭରେ ପରଲୋକ ହୋଇଥିବା କ୍ଲବର ସଦସ୍ୟ କପିଳେଶ୍ୱର ପ୍ରଧାନ, ମନୋ ରଂଜନ ମିଶ୍ର, ଦୁର୍ବାକ୍ଷ୍ୟ ବସ୍ତିଆଙ୍କ ଅମର ଆତ୍ମାର ସଦଗତି କାମନା କରି ଉପସ୍ଥିତ ସଦସ୍ୟମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।
ପରେ ପୁର୍ବ ବୈଠକର ବିବରଣୀ ସାଧାରଣ ସଂପାଦକ ରଘୁନାଥ ଷଡଙ୍ଗୀ ଉପସ୍ଥାପନା କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ତାକୁ ଅନୁମୋଦନ କରିବା ପରେ ଦୃଢିକରଣ କରାଯାଇଥିଲା । ଏହାପରେ ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । କ୍ଲବର ସଭାପତି ଭାବେ ବରଜ କୁମାର ବେହେରା ଓ ସାଧାରଣ ସଂପାଦକଭାବେ ରଘୁନାଥ ଷଡଙ୍ଗୀଙ୍କୁ ସର୍ବସମ୍ମତିକ୍ରମେ ପୁନଃ ମନୋନୟନ କରାଯାଇଥିଲା ।
ସେହିପରି କାର୍ଯ୍ୟକାରୀ ସଭାପତିଭାବେ ପ୍ରଦୋଷ କୁମାର ମିଶ୍ର, ଉପସଭାପତି ଭାବେ ସମରେଶ ମିଶ୍ର, ସୁକାନ୍ତ ପଟ୍ଟନାୟକ, ସତ୍ୟନାରାୟଣ ପାଣି ଓ କୋଷାଧ୍ୟକ୍ଷଭାବେ ନରେନ୍ଦ୍ର କୁମାର ସାହୁ, ସହ ସଂପାଦକଭାବେ ସଂଜିବ ମହାକୁଳ, ଭାଗବତ ମେହେର, ପ୍ରଭାତ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟଭାବେ ଦିବ୍ୟ ଶଂକର ରାଉତ, ବାସୁଦେବ ସାହୁ, ଚିତ ରଂଜନ ସିଂ, ଶମ୍ଭୁ ପ୍ରସାଦ ମିଶ୍ର,ଦୁର୍ଯ୍ୟଧନ ବିଶି, ରଂଜନ କୁମାର ଦାଶ, ସୁଧାଶୁଂ ଶେଖର ମିଶ୍ର, ଜୟ କୁମାର ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ ଓ ମୁଖ୍ୟ ଉପଦେଷ୍ଠା ଭାବେ ଯୁଗଳ କିଶୋର ସାମଲଙ୍କୁ ମନୋନୀତ କରାଯାଇଥିଲା ।
ଏଥିସହ କ୍ଲବର ନୂତନ ସଦସ୍ୟ ଭାବରେ ଦିବ୍ୟ ରଂଜନ ପଟ୍ଟନାୟକ,ସୁଜତା ସାହୁ, ଶୁଶାନ୍ତ ବେହେରା, ରଂଜନ କୁମାର ପାତ୍ର,ପ୍ରକାଶ ବାରିକଙ୍କୁ ସଦସ୍ୟଭାବେ ସର୍ବ ସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । ଏହାପରେ କ୍ଲବର ବିଭିନ୍ନ କାର୍ଯ୍ୟପନ୍ଥାନେଇ ଆଲୋଚନା କରାଯାଇଥିଲା । ଶେଷରେ ଉପ ସଭାପତି ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ବୌଦ୍ଧ ମର୍ଜାକୁଦ ଦ୍ୱୀପାଚଂଳରେ ୭୫ କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଶୁଭାରମ୍ଭ
ବୌଦ୍ଧ,୩୧/୧: ଆମ ଦେଶରେ ଭାରତର ସ୍ୱାଧିନ ହେବାର ୭୫ବର୍ଷ ପୁର୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୭୫ କୋଟି ସୂର୍ଯ୍ୟ ନମସ୍କାର ଯୋଜନା ଆରମ୍ଭ ହେବାପରେ ବୌଦ୍ଧଜିଲ୍ଲାରେ ବିଭିନ୍ନ ସ୍ଥାମରେ ଆରମ୍ଭ କରାଯାଇଛି ।
ଆଜି ବୌଦ୍ଧ ସହରର ମହାନଦୀ ଭିତରେ ରହିଥିବା ମର୍ଜାକୁଦ ଦ୍ୱିପାଂଚଳରେ ଘରକୁ ଘର ଯାଇ ସଚେତନତା କରାଇବା ସହିତ ଖେଳପଡିଆରେ ସୂର୍ଯ୍ୟ ନମସ୍କାରର ଉପକାରୀତା ସଂପର୍କରେ ଆଲୋଚନା କରିବା ସହିତ ୫୦ଜଣ ଯୁବକମାନଙ୍କୁ ନେଇ ଅଭ୍ୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ପକ୍ଷରୁ ସଂଯୋଜକ ଦେବାଶିଷ ପୁରୋହିତ, ନଗର ସଂଯୋଜକ ବିଜୟ କୁମାର ସାହୁ, ଯୋଗ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଓ ନିରଞ୍ଜନ ମେହେର ଯୋଗଦାନ କରିଥିଲେ ।
କାର୍ଯ୍ୟକ୍ରମ ପରିଶେଷରେ ଏକ ମର୍ଜାକୁଦ ଯୋଗ ସମିତି ଗଠନ କରାଯାଇ ତାପସ ଗିରିଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆସନ୍ତା କାଲିଠାରୁ ଅପରାହ୍ନ ୩ଘ. ସମୟରେ ୨୧ ଦିନ ବ୍ୟାପି ପ୍ରତିଦିନ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ନିଆଯାଇଛି । ସମସ୍ତ ଯୁବକମାନଙ୍କୁ ୭୫କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ପଂଜୀକରଣ କରିବା ପାଇଁ ଯୁବକମାନେ ଦାୟିତ୍ୱ ନେଇଛନ୍ତି ।
ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନର ବନ ମହୋତ୍ସବ କାର୍ଯ୍ୟକ୍ରମ
ବୌଦ୍ଧ,୩୧/୧: ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ ପଶ୍ଚିମ ଓଡିଶା ତାଇକୋଣ୍ଡୁ ପ୍ରତିଯୋଗୀତାରେ ୯୫ ପଦକ ହାସଲ କରି ଚମ୍ପିୟାନ ହେବାପରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହୀତ କରିବା ପାଇଁ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଥିଲା । ଏଥିରେ ଅଭିଭାବକ, ଛାତ୍ରଛାତ୍ରୀ, ପ୍ରଶିକ୍ଷକ ଓ କାର୍ଯ୍ୟକର୍ତାମାନେ ଯୋଗଦାନ କରିଥିଲେ ।
ତାଇକୋଣ୍ଡୁ ଖେଳର ଅଗ୍ରଗତି ପାଇଁ ଏକ ବୈଠକ ଅନୁଷ୍ଠାନର ସଭାପତି ଯଜେ୍ଞଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଦସ୍ୟ ଦେବାଶିଷ ପୁରୋହିତ ସ୍ୱାଗତ ଜଣାଇବା ସହିତ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକ ଅଞ୍ଜୀତ କୁମାର ସାହୁଙ୍କୁ ଉତ୍ସାହୀତ କରିଥିଲେ । ଅନ୍ୟତମ କାର୍ଯ୍ୟକାରୀ ସଦସ୍ୟ ବିଗତ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ ।
ପ୍ରଶିକ୍ଷକ ଅଞ୍ଜୀତ କୁମାର ସାହୁ ଅଭ୍ୟାସ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଷ୍ଟାଡିୟମ ପରିସରରେ ଏକ ଗୃହ ଯୋଗାଇଦେଲେ ମ୍ୟାଟରେ ଅଭ୍ୟାସ କରାଗଲେ ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିବା ସହିତ ଆନ୍ତର୍ଜାତୀୟ ଖେଳରେ ଅଇଶଗ୍ରହଣ କରିପାରିବେ । ଅଭିଭାବକମାନଙ୍କ ସାହାଯ୍ୟ ସହଯୋଗ ରହିଲେ ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନର ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଦେଖାଇପାରିବେ ବୋଲି ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ବିଶ୍ୱରଂଜନ ସାହୁ, କୋଷାଧ୍ୟକ୍ଷ ଲୋକନାଥ ମେହେର, କାର୍ଯ୍ୟକାରୀ ସଦସ୍ୟ ରାମଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031