Indus Valley Times

ସମ୍ବଲପୁର ଓକିଲ ଆନ୍ଦୋଳନ ସହ ଭଙ୍ଗାରୁଜା ଘଟଣା, ଆଉ ୮ ଗିରଫ

 Breaking News

ସମ୍ବଲପୁର ଓକିଲ ଆନ୍ଦୋଳନ ସହ ଭଙ୍ଗାରୁଜା ଘଟଣା, ଆଉ ୮ ଗିରଫ

December 15
15:38 2022

ସମ୍ବଲପୁର,୧୫/୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରିବା ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି।
ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦିପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଛି। ପୁଲିସ ଆଇନଜୀବୀମାନଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ପୂର୍ବରୁ ୧୫ ଜଣ ଆଇଇନଜୀବୀ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୨୩ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇ ସାରିଲାଣି। ଏଥିସହିତ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୫ ଜଣ କିନ୍ନରଙ୍କୁ ମଧ୍ୟ ଗିରଫ କରାଯାଇଥିବା ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।
ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ ବୋଲି ଏସ୍ପି କହିଛନ୍ତି। ଏଥିସହ ଆନ୍ଦୋଳନସ୍ଥଳ କଚେରି ଛକରେ ୧୪୪ ଧାରା ଲାଗୁ କରାଯାଇଛି। ଆନ୍ଦୋଳନସ୍ଥଳରେ ୨ଶହ ମିଟର ପରିସର ମଧ୍ୟରେ ପ୍ରବେଶ କଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ଗତକାଲି ସୁପ୍ରିମମୋର୍ଟ ଖାରଜ କରି ଦେଇଛନ୍ତି। ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।
ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତ ୧୨ ତାରିଖରେ ଏହା ତୀବ୍ର ରୂପ ଧାରଣ କରିଥିଲା। ବହୁ ସଂଖ୍ୟାରେ ଓକିଲ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।
ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ । ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର‌୍ୟ୍ୟନ୍ତ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛଥିଲା । ସେହିଭଳି ଅନ୍ୟାଦେଶ ପର‌୍ୟ୍ୟନ୍ତ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନର ସମସ୍ତ ଓକିଲଙ୍କ ଲାଇସେନ୍ସକୁ ସାମୟିକ ଭାବେ ସସ୍ପେଣ୍ଡ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031