Indus Valley Times

ସରକାରୀ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପ୍ରତି ନିର୍ଯ୍ୟାତନା ଅଭିଯୋଗ

 Breaking News

ସରକାରୀ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପ୍ରତି ନିର୍ଯ୍ୟାତନା ଅଭିଯୋଗ

ସରକାରୀ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପ୍ରତି ନିର୍ଯ୍ୟାତନା ଅଭିଯୋଗ
June 29
12:10 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୬: ଆଦିବାସୀ ଅଧ୍ୟୁଷିତ ଏହି କନ୍ଧମାଳ ଜିଲାରେ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଙ୍କ ପାଇଁ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ପକ୍ଷରୁ ଛାତ୍ରାବାସରେ ମାଗଣାରେ ରହିବା ଖାଇବା, ପାଠ୍ୟ ପୁସ୍ତକ, ପୋଷାକ ଆଦି ଯୋଗାଇ ଦିଆଯାଉଛି ହେଲେ ଦୈନିକ ଚଳଣି ପାଇଁ ଛାତ୍ରଛାତ୍ରୀ ମାନେ ବାଲଟି, ମଗ, ଟ୍ରେ ଓ ଅନ୍ୟାନ୍ୟ ଚଳଣି ଜିନିଷ ନିଜ ନିଜ ଟ୍ରଙ୍କରେ ରଖିଥାନ୍ତି ।
ଏନେଇ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବା ବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ, କିନ୍ତୁ ଅନେକ ସମୟରେ ଅଭିଭାବକ ଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ର ମାନେ କେତେବେଳେ ସହପାଠୀ ତ ଆଉ କେତେବେଳେ ନିଜ ଗୁରୁଙ୍କ ଦ୍ୱାରା ନିର୍ଯ୍ୟାତନା ପାଉଥିବା ଦେଖିବାକୁ ମିଳେ। ହେଲେ ଏବେ ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ଖରାଛୁଟିରେ ଛାତ୍ରାବାସ ମରାମତି କରାଯିବା ବେଳେ ଠିକାଦାର ଜଣକ ଛାତ୍ରାବାସରେ ଛୁଟିରେ ଯାଇଥିବା ଛାତ୍ରୀଛାତ୍ରଙ୍କ ପୋଷାକ, ପାଠ୍ୟ ପୁସ୍ତକ, ବ୍ୟବହାର ସାମଗ୍ରୀ ଖାତା, ପେନ, ପେନସିଲ, ଖାଇବାକୁ ରଖିଥିବା ଟ୍ରେ, ଗ୍ଲାସ ଆଦିକୁ ଫିଙ୍ଗି ନଷ୍ଟ କରିଦେଇଛନ୍ତି, ଯାହାକି ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ଆସି ପହଞ୍ଚି ଦେଖିଲା ବେଳେ ତାଙ୍କ ଟ୍ରଙ୍କ ସମେତ ସମସ୍ତ ସାମଗ୍ରୀ ଫିଙ୍ଗି ନଷ୍ଟ କରିଦିଆଯାଇଛି। ଏବେ ଛାତ୍ରଛାତ୍ରୀ ମାନେ ତାଙ୍କ ସାମଗ୍ରୀ ଖୋଜୁଥିବା ବେଳେ ମିଳୁନାହିଁ। ସେମାନେ ମନ ଦୁଃଖ ରେ କାନ୍ଦିବା ସହ ତାଙ୍କ ଅଭିଭାବକ ମାନଙ୍କୁ ପୁଣି ସମସ୍ତ ସାମଗ୍ରୀ କିଣିଦେବାକୁ କହିବା ବେଳେ ଅଭିଭାବକଙ୍କ ନିକଟରେ ଅର୍ଥର ଅଭାବ ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିବା ଜଣେ ଭ୍ରମରବାଡ଼ି ଅଞ୍ଚଳର ଅଭିଭାବକ ଅଭିଯୋଗ କରିଛନ୍ତି।
ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା, ହେଲେ ତାଙ୍କ ଫୋନ ସୁଇଚ ଅଫ ରହିଥିବାରୁ ଯୋଗାଯୋଗ ହୋଇପାରିନାହିଁ। ଶୁକ୍ରବାର ରଥଯାତ୍ରା ଏବଂ ଶନିବାର ଓ ରବିବାର ରହିଥିବାରୁ କୌଣସି ଶିକ୍ଷକ ଉପସ୍ଥିତ ନଥିବା ଅଭିଭାବକ ସୁଦର୍ଶନ ପ୍ରଧାନ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ସପ୍ତମ ପାସ କରି ଅଷ୍ଟମରେ ଏବେ ପଢିବେ କିନ୍ତୁ ତାଙ୍କର ସାମଗ୍ରୀ ଗୁଡିକ ଫିଙ୍ଗି ଦିଆଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ତେବେ କେବଳ ସୁଦର୍ଶନଙ୍କ ପୁଅ ନୁହଁ ଉକ୍ତ ଶ୍ରେଣୀର ସମସ୍ତ ଛାତ୍ରାବାସ ଛାତ୍ରଙ୍କ ସମଦଶା ଘଟିଛି ବୋଲି ଏକ ଗୁରୁତର ଅଭିଯୋଗ ହୋଇଛି।
ବାଲିଗୁଡା : ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ
ବାଲିଗୁଡା, ୨୯/୬: ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଶନିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନକରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା ସହ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି କ୍ଷ ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ଶନିବାର ପ୍ରଥମ ଦିନ ସନ୍ଧ୍ୟାରେ ପ୍ରବକ୍ତା ସୂର୍ଯ୍ୟ ନାରାୟଣ ଦାସ ଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପ୍ରବଚନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଓ଼ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31