Indus Valley Times

ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲିବାକୁ ଦାବୀ

 Breaking News

ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲିବାକୁ ଦାବୀ

ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲିବାକୁ ଦାବୀ
August 10
18:55 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ର ବିଲାବାଡି ଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଦୀର୍ଘ ବର୍ଷ ହେବ ବନ୍ଦ ରହିଛି ।
ଗ୍ରାମବାସୀ ଅଭିଯୋଗ ମୁତାବକ ବିଲାବାଡି ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ବନ୍ଦ ରହିଥିବା ରୁ ଅଞ୍ଚଳ ବାସୀ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି ।
ଅନ୍ୟ ପଟେ ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଚିକିତ୍ସାଳୟ ବନ୍ଦ ଥିଲେ ମଧ୍ୟ ବିଭାଗୀୟ ଚୁପ ରହିଛି ।
ଯାହାକୁ ନେଇ ବିଲାବାଡି ଗ୍ରାମର ଶତାଧିକ ମହିଳା ମାନେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ରେ ଉପସ୍ଥିତ ରହି ବନ୍ଦ ଥିବା ଚିକିତ୍ସାଳୟ କୁ ତୁରନ୍ତ ଖୋଲିବା ନିମନ୍ତେ ସରକାରଙ୍କୁ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30