Indus Valley Times

ସରକାରୀ କର୍ମଚାରୀମାନେ ଟିକା ନନେଲେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ

 Breaking News

ସରକାରୀ କର୍ମଚାରୀମାନେ ଟିକା ନନେଲେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ

ସରକାରୀ କର୍ମଚାରୀମାନେ ଟିକା ନନେଲେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ
September 10
19:03 2021

ଚଣ୍ଡିଗଡ଼,୧୦/୯: ପଞ୍ଜାବ ସରକାର ଟିକା ନେଇ ନଥିବା ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ।
ରାଜ୍ୟର ଯେଉଁ ସରକାରୀ କର୍ମଚାରୀମାନେ ଟିକାର ଗୋଟିଏ ବି ଡୋଜ ନେଇ ନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ପଞ୍ଜାବ ସରକାରରେ ଯେଉଁ କର୍ମଚାରୀ (ମେଡିକାଲ କାରଣ ବ୍ୟତୀତ) କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ୧୫ ତାରିଖ ପରେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।
ଅନ୍ୟପଟେ ପଞ୍ଜାବରେ ପାର୍ବଣକୁ ନଜରରେ ରଖି କରୋନା କଟକଣାକୁ ସେପ୍ଟେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ରାଜନୈତିକ ଓ ଅନ୍ୟ ସଭା ପାଇଁ ସର୍ବାଧିକ ୩୦୦ ଲୋକଙ୍କୁ ଅନୁମତି ମିଳିବ । ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031