Indus Valley Times

ସରକାରୀ ଛୁଟିରେ ଖୋଲିବ ଆର୍‌ଟିଓ ଅଫିସ୍

 Breaking News

ସରକାରୀ ଛୁଟିରେ ଖୋଲିବ ଆର୍‌ଟିଓ ଅଫିସ୍

ସରକାରୀ ଛୁଟିରେ ଖୋଲିବ ଆର୍‌ଟିଓ ଅଫିସ୍
October 30
11:39 2020

କଟକ୩୦/୧୦: କୁମାରପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ପାଇଁ ଆସନ୍ତା ୩୦ ତାରିଖରୁ ନଭେମ୍ବର ୧ ତାରିଖ ପର‌୍ୟ୍ୟନ୍ତ ତିନି ଦିନ ସରକାରୀ ଛୁଟି ରହିଛି । ଏହି ସମୟରେ ସମସ୍ତ ସରକାରୀ କାର‌୍ୟ୍ୟାଳୟ ବନ୍ଦ ରହୁଥିଲେ ମଧ୍ୟ ସମସ୍ତ ଆର୍ଟିଓ କିନ୍ତୁ ଖୋଲା ରହିବ ।
ଏହି ୩ ଦିନ ଅପରାହ୍ନ ୩ଟାରୁ ୫ଟା ପର‌୍ୟ୍ୟନ୍ତ ଆର୍ଟିଓରେ ରୋଷ୍ଟର୍ ଡ୍ୟୁଟି ଆଧାରରେ କର୍ମଚାରୀମାନେ କାର‌୍ୟ୍ୟ କରିବେ । ଏହି ସମୟରେ ସମସ୍ତ ନୂଆ ଗାଡି ପଞ୍ଜୀକରଣ କାର‌୍ୟ୍ୟ କରାଯିବ । ଗାଡ଼ି ପଞ୍ଜୀକରଣ ପାଇଁ ଆସୁଥିବା ସମସ୍ତ କାଗଜପତ୍ରକୁ କାର‌୍ୟ୍ୟାଳୟ ପକ୍ଷରୁ ଗ୍ରହଣ କରାଯିବ । ଏଥିପାଇଁ ପ୍ରତ୍ୟେକ ଆର୍ଟିଓ ଆବଶ୍ୟକ ବ୍ୟବସ୍ଥା କରିବେ । ଏପରିକି ଏହି କାର‌୍ୟ୍ୟକୁ ଆହୁରି ସହଜ କରିବା ଲାଗି ଆର୍ଟିଓମାନେ ନିଜ ଘରେ ରହି ବି ଛୁଟି ତିନିଦିନ କାର‌୍ୟ୍ୟ କରି ପାରିବେ । ଏହି ସମୟରେ ଯେପରି କୌଣସି ଜଣେ ଡିଲର ନିୟମ ଉଲ୍ଲଂଘନ କରି ବିନା ପଞ୍ଜୀକରଣରେ ଗାଡି ବିକ୍ରି ନକରନ୍ତି ତାହା ଆରଟିଓମାନେ ନିଶ୍ଚିତ କରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ଯଦି କୌଣସି ଡିଲର୍ ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିଥିବା ଜଣାପଡେ ସେମାନଙ୍କ ଟ୍ରେଡ୍ ଲାଇସେନ୍ସକୁ ବାତିଲ୍ କିମ୍ବା ନିଲମ୍ବନ କରାଯାଇପାରେ ବୋଲି କୁହାଯାଇଛି ।

-NEWS7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031