Indus Valley Times

ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ୭୦୦ କେଜିର ବିସ୍ପୋରକ, ଏବେବି ଚାଲିଛି ସର୍ଚ୍ଚ ଅପରେସନ

 Breaking News

ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ୭୦୦ କେଜିର ବିସ୍ପୋରକ, ଏବେବି ଚାଲିଛି ସର୍ଚ୍ଚ ଅପରେସନ

ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ୭୦୦ କେଜିର ବିସ୍ପୋରକ, ଏବେବି ଚାଲିଛି ସର୍ଚ୍ଚ ଅପରେସନ
June 04
10:31 2025

କୋଇଡା, ୪/୬ : ଗତ ମଙ୍ଗଳବାର ୨୭ ତାରିଖ ସକାଳ ୯ ଘଟିକାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନାି ବାଙ୍କୋ ପଥର ଖଣିରୁ ୫ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାକୁ ସପ୍ତାହେ ବିତିଗଲା। ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ଭାର ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏ ସମାନ୍ତର ଭାବେ କରୁଛି ।୨୦୯ କୋବରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ ,ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।
ଗତ ସୋମବାର ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ ନେତୃତ୍ଵରେ ବରିଷ୍ଠ ଡିଭିଏଫ୍ ଓ ଏସଓଜି ବାହିନୀ ସର୍ଚ୍ଚ ଅପରେସନ୍ ରେ ୨୯୬୦ କେଜି ଜବତ ହୋଇଥିଲା ଓ ଆଜି ପୁନଃ ୭୦୦ କେଜି ଲୁଟ୍ ବିସ୍ଫୋରକ ତିରିଲପୋସି ସରଣ୍ଡା ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ସ୍ଥାନମାନଙ୍କରୁ ଜବତ କରିଥିବା ସୁଚନା ହସ୍ତଗତ ହୋଇଛି। ବର୍ତ୍ତମାନ ବଳକା ୭୦୦ କେଜି ଲୁଟ୍ ବିସ୍ଫୋରକକୁ ଜବତ ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930