Indus Valley Times

ସରିଲା ଡିଜିପି ସମ୍ମିଳନୀ, ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ମୋଦୀ

 Breaking News

ସରିଲା ଡିଜିପି ସମ୍ମିଳନୀ, ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ମୋଦୀ

December 01
19:45 2024

ଭୁବନେଶ୍ଵର, ୧/୧୨ : ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀ ଫେରି ଯାଇଛନ୍ତି।
ଆଜି ଡିଜିପି ସମ୍ମିଳନୀ ସଂପନ୍ନ ହେବା ପରେ ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ଏହି ଗସ୍ତ ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଥିଲା ବେଶ ଗୁରୁତ୍ବ ପୂଣ୍ଣ ।
ଏହି ତିନି ଦିନିଆ ଡିଜିପି ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗଠୁ ଆରମ୍ଭ କରି ଆତଙ୍କବାଦ ମୁକାବିଲା, ମାଓ ମୁକାବିଲା ରଣନୀତି, ଉପକୂଳ ସୁରକ୍ଷା, ନିଶା କାରବାର, ସାଇବର ଅପରାଧ ଚ୍ୟାଲେଞ୍ଜ, ଭାରତୀୟ ନ୍ୟାୟ ସଂହିତା ପ୍ରସଙ୍ଗରେ ଆଲୋଚନା ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା କୁହାଯାଉଛି ।
ଏଥିସହ ରାଜ୍ୟ-ରାଜ୍ୟ ଭିତରେ ପୋଲିସ ସମନ୍ବୟ, ଆଇନ ଶୃଙ୍ଖଳାଠୁ ଆରମ୍ଭ କରି ପୋଲିସ ଆଧୁନିକୀକରଣ , ପୋଲିସ ଭିତ୍ତିଭୂମି ସଂପର୍କରେ ବି ଚର୍ଚ୍ଚା ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ଗୃହମନ୍ତ୍ରୀ ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ନିଜେ ଦିନ ତମାମ ବୈଠକରେ ଉପସ୍ଥିତ ଥିଲେ ।
ଆଜି ତୃତୀୟ ଦିନରେ ସମ୍ମିଳନୀରେ ଉପସ୍ଥିତ ରହି ଦେଶର ପୋଲିସର ମନବଳ ବଢାଇଥିଲେ ପ୍ରଧାନମନ୍ତ୍ରୀ । ଆଜି ସମ୍ମିଳନୀର ଉଦଯାପନୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଫେରି ଯାଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମ ଦିନରେ ଭୁବନେଶ୍ଵର ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିଥିଲେ। ଏହା ପରେ ଦଳୀୟ କାର‌୍ୟ୍ୟାଳୟରେ ପାଖାପାଖି ୩ ଘଣ୍ଟା ଧରି ବୈଠକ କରିଥିଲେ। ଏଥିରେ ଦଳ ଓ ସରକାର କେମିତି ଆଗକୁ ଯିବ। ଆଗାମୀ ୨୦୩୬ ପର‌୍ୟ୍ୟନ୍ତ ରାଜ୍ୟରେ ବିଜେପି ସରକାର କିଭଳି ରହିବ ସେ ବିଷୟରେ ଦଳର ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ବରିଷ୍ଠ କାର‌୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031