Indus Valley Times

ସରିଲା ଧୋନୀଙ୍କ କ୍ୟାପଟେନସିପ୍ ଯୁଗ, ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନୀ

 Breaking News

ସରିଲା ଧୋନୀଙ୍କ କ୍ୟାପଟେନସିପ୍ ଯୁଗ, ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନୀ

ସରିଲା ଧୋନୀଙ୍କ କ୍ୟାପଟେନସିପ୍ ଯୁଗ, ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନୀ
March 24
16:25 2022

ଚେନ୍ନାଇ, ୨୪/୩: ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ଆଜି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ସେ ଚେନ୍ନାଇର ଅଧିନାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନି ହିଁ ଦଳର ନେତୃତ୍ୱ ନେଇଥିଲେ।
-ଇଊଠଋଜଞଓଝଋଗଋଘଞ-
୨୦୨୨ ଆଇପିଏଲ ୨୬ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ହିଁ ଧୋନି ଏପରି ବଡ଼ ପଦକ୍ଷେପ ନେଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଭାବେ ରବୀନ୍ଦ୍ର ଜାଡେଜା ଦାୟିତ୍ୱ ପାଇଛନ୍ତି। ୨୦୨୨ରେ ଜାଡେଜାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ଆଇପିଏଲ ଖେଳିବ।
ସେହିପରି ଧୋନି ମଧ୍ୟ ଚେନ୍ନାଇ ଟିମ୍ରେ ରହିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୋନି ନିଜେ ହିଁ ଜାଡେଜାଙ୍କୁ ଚେନ୍ନାଇର ପରବର୍ତ୍ତୀ କ୍ୟାପ୍ଟେନ ଭାବେ ବାଛିଛନ୍ତି। କ୍ୟାପ୍ଟେନ ପଦରୁ ଧୋନିଙ୍କ ଅବସର ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର‌୍ୟ୍ୟ ଚକିତ କରିଛି। ଧୋନି ଅଧିନାୟକ ପଦ ଛାଡ଼ିବାରୁ ଗୋଟିଏ ଯୁଗର ଅବସାନ ଘଟିଥିବା କ୍ରିକେଟ ଫ୍ୟାନ ମାନେ କହିବା ଆରମ୍ଭ କରିଛନ୍ତି।
କାରଣ ଧୋନି ଆଇପିଏଲର ସବୁଠାରୁ ସଫଳ କ୍ୟାପ୍ଟେନ। ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ଏଯାଏ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କ ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି।
ଆଇପିଏଲ ୨୦୦୮ରୁ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଠାରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ୨୦୦୮ ସଂସ୍କରଣରେ ଚେନ୍ନାଇ ଫାଇନାଲ ଯାଇଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା।
ଆଇପିଏଲର ୧୪ଟି ସଂସ୍କରଣ ମଧ୍ୟରୁ ଚେନ୍ନାଇ କେବଳ ୨୦୨୦ରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହୋଇଥିଲା। ବାକି ସବୁ ସଂସ୍କରଣରେ ଦଳ ଫ୍ଲେ ଅଫ କିମ୍ବା ଫାଇନାଲ ଖେଳିଥିଲା। ୨୦୦୯ରେ ଦଳ ସେମି ଫାଇନାଲରେ ହାରି ଯାଇଥିବା ବେଳେ ୨୦୧୪ରେ ଫ୍ଲେ ଅଫରୁ ବିଦା ହୋଇଥିଲା। ବାକି ସବୁ ସଂସ୍କରଣରେ ଦଳ ଫାଇନାଲ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031