Indus Valley Times

ସରିଲା ରିମାଣ୍ଡ ଅବଧି: ଜେଲ୍ ଗଲା ମମିତା ମେହେର ହତ୍ୟା, ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

 Breaking News

ସରିଲା ରିମାଣ୍ଡ ଅବଧି: ଜେଲ୍ ଗଲା ମମିତା ମେହେର ହତ୍ୟା, ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ସରିଲା ରିମାଣ୍ଡ ଅବଧି: ଜେଲ୍ ଗଲା ମମିତା ମେହେର ହତ୍ୟା, ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
October 25
11:26 2021

ବଲାଙ୍ଗୀର,୨୫/୧୦ : ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗୋବିନ୍ଦ ସାହୁକୁ ସୋମବାର ଭୋର ସମୟରେ ଏମର୍ଜେନ୍ସି ଗେଟ୍ ବାଟ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୁଚାଇ ପୁଲିସ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିବା ଜଣାଯାଇଛି।
ତାପରେ ଗୋବିନ୍ଦ ସାହୁକୁ କଣ୍ଟାବାଞ୍ଜି ଜେଲକୁ ପଠାଇଦିଆଯାଇଥିବା ଜଣାଯାଇଛି।ଏହାପୂର୍ବରୁ, ରିମାଣ୍ଡ ସମୟ ସରିବା ଆଗରୁ ଗୋବିନ୍ଦ ସାହୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଗୋବିନ୍ଦ ଜଣେ ମଧୁମେହ ରୋଗୀ ହୋଇଥିବା ହେତୁ ତାର ଚେକ୍ ଅପ୍ କରାଯାଇଥିଲା। ଡ୍ରାଇଭର ରାଧେଶ୍ୟାମକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ରିମାଣ୍ଡ ସମୟରେ ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲା ତା’ର ‘ଡେମୋ’ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍ରେ ପୁଲିସ ଆଗରେ ଦେଖାଇଥିଲା।ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍କୁ ନେଇଥିଲା।
ମମିତାଙ୍କୁ ହତ୍ୟା କରି କେମିତି ଗାତ ଖୋଳି ପୋତିଥିଲା, ସେ ସମ୍ବନ୍ଧରେ ପ୍ରାୟ ୧୫ ମିନିଟ୍ ଧରି ଗୋବିନ୍ଦ ପୁଲିସକୁ କହିଥିଲା। ସେ କହିଥିଲା କି, ପ୍ରଥମେ କାଠ ଏବଂ କାଠ ଉପରେ ମମିତାଙ୍କ ଶବକୁ ରଖି ‘ଜେସିବି’ଦ୍ୱାରା ତାହାକୁ ଖଣ୍ଡବିଖଣ୍ଡ କରିଥିଲା।
ତା’ପରେ ଟାୟାର୍ ଓ କେତୋଟି ବେଞ୍ଚ୍କୁ ଭାଙ୍ଗି ପୋଡ଼ି ଦେଇଥିଲା। ମୋବାଇଲ୍ ଫୋନ୍କୁ ମଧ୍ୟ ଭାଙ୍ଗି ସେହି ଜଳନ୍ତା ନିଆଁରେ ପକାଇ ଦେଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031