Indus Valley Times

‘ସରୋଗେସି’ ଜରିଆରେ ସନ୍ତାନର ପିତାମାତା ହେଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍

 Breaking News

‘ସରୋଗେସି’ ଜରିଆରେ ସନ୍ତାନର ପିତାମାତା ହେଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍

‘ସରୋଗେସି’ ଜରିଆରେ ସନ୍ତାନର ପିତାମାତା ହେଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍
January 22
08:42 2022

ନୂଆଦିଲ୍ଲୀ,୨୨/୧:ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମା’ ହୋଇଛନ୍ତି।ସରୋଗେସୀ ମାଧ୍ୟମରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜେ ପ୍ରିୟଙ୍କା ଚୋପ୍ରା ଏହି ସୂଚନା ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି, ଆମେ କହିବାକୁ ଚାହୁଁଛୁ ଯେ, ସରୋଗେସୀ ମାଧ୍ୟମରେ ଏକ ଶିଶୁକୁ ସ୍ବାଗତ କରୁଛୁ। ଏଥି ସହିତ ସମ୍ମାନର ସହ କହୁଛୁ ଯେ, ଆମର ପ୍ରାଇଭେସିକୁ ସୁରକ୍ଷିତ ରଖାଯାଉ। ଆମ ପରିବାର ଉପରେ ଧ୍ୟାନ ଦିଆଯାଉ।
ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ୨୦୧୮ ମସିହାରେ ଆମେରିକୀୟ ଗାୟକ ନିକ୍ ଜୋନ୍ସଙ୍କୁ ବିବାହ କରିଥିଲେ। ତାଙ୍କର ବିବାହ କାର‌୍ୟ୍ୟକ୍ରମ ରାଜସ୍ଥାନରେ ପାରଂପରିକ ଶୈଳୀରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ସେ ଅଧିକାଂଶ ସମୟ ନିଜର ପତିଙ୍କ ସହିତ ସମୟ ଆମେରିକାରେ ହିଁ ରହୁଛନ୍ତି।
ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ବଲିଉଡର ଅନ୍ୟତମ ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କାଙ୍କ ନାମ ମଧ୍ୟ ସାମିଲ ରହିଛି। ସେ ଜାତୀୟ ଫିଲ୍ମ ପୁରସ୍କାର ଓ ୫ ଥର ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଛନ୍ତି।
ଏଥି ସହିତ କେନ୍ଦ୍ର ସରକାର ୨୦୧୬ ମସିହାରେ ପ୍ରିୟଙ୍କାଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଥିଲେ। ଟାଇମ୍ ପତ୍ରିକା ତାଙ୍କୁ ବିଶ୍ବର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ଦେଇଥିଲା। ଫୋବର୍ସ ମଧ୍ୟ ବିଶ୍ବର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ଦେଇଥିଲା।
ବର୍ଷ ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ ପ୍ରିୟଙ୍କା ଚୋପ୍ରା ୨୦୦୨ରେ ତାମିଲ୍ ଫିଲ୍ମ ‘ଥମିଜନ୍’ (୨୦୦୨)ରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ଲଭ୍ ଷ୍ଟୋରି ଅଫ୍ ଏ ସ୍ପାଇ’ (୨୦୦୩) ମାଧ୍ୟମରେ ବଲିଉଡ୍ରେ ପଦାର୍ପଣ କରିଥିଲେ। କିନ୍ତୁ ସେହିବର୍ଷ ପ୍ରିୟଙ୍କାଙ୍କ ଫିଲ୍ମ ‘ଅନ୍ଦାଜ’ ବକ୍ସ ଅଫିସରେ ହିଟ ହୋଇଥିଲା। ୨୦୦୪ରେ ଆସିଥିବା ଥ୍ରିଲର ଫିଲ୍ମ ‘ଏତରାଜ୍‘ ପାଇଁ ସେ ଆଲୋଚନାର ପରିସରକୁ ଆସିଥିଲେ। ସେହିପରି ୨୦୦୬ରେ ଡନ୍, ୨୦୦୮ରେ ଫ୍ୟାସନ (ଜାତୀୟ ଫିଲ୍ମ ପୁରସ୍କାରପ୍ରାପ୍ତ) ମାଧ୍ୟମରେ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ହୋଇପାରିଥିଲେ। ପ୍ରିୟଙ୍କା ଚୋପ୍ରା ପରିବେଶ ଓ ମହିଳାଙ୍କ ଅଧିକାର ଭଳି ସାମାଜିକ ପ୍ରସଙ୍ଗ ପାଇଁ କାମ କରିଛନ୍ତି। ସେହିଭଳି ୨୦୦୬ରେ ୟୁନିସେଫ ପାଇଁ ମଧ୍ୟ କାମ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031