Indus Valley Times

ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

 Breaking News

ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ
July 10
17:29 2024

ଭୁବନେଶ୍ୱର,୧୦/୭: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋହନ ସରକାର। ଏଥିସହ ଶ୍ରମିକଙ୍କ ବ୍ୟତୀତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଧ୍ୟ ମଜୁରୀ ବଢ଼ିଛି।
ଅଣକୁଶଳୀଙ୍କ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବଢ଼ିବା ସହ କୁଶଳୀଙ୍କ ମଜୁରୀ ୩୯୨ରୁ ୫୦୦ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ୫୦୨ରୁ ୬୦୦କୁ ବୃଦ୍ଧି କରବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ସେହିଭଳି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର ସ୍ବତନ୍ତ୍ର ପାଣ୍ଠି ପ୍ରସ୍ତାବରେ ମୋହର ମାରିଛନ୍ତି ମୋହନ ସରକାର । ରାଜ୍ୟରେ ଓ ଅସ୍ମିତା ଭବନ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଧି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି ।
କ୍ୟାବିନେଟ ବୈଠକରେ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ଉତ୍ସବ ମାନ୍ୟତା ପ୍ରସ୍ତାବରେ ମୋହର ବାଜିଥିବା ବେଳେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିମଧ୍ୟରୁ ୧୮ ହଜାର ୭୮୮ ଜଣ ପ୍ରାର୍ଥୀଙ୍କ ଚୟନ ଓ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଚଳ ପ୍ରକଳ୍ପକୁ ସଚଳ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ଉଠା ଜଳସେଚନର ବିଭାଗର ୨୦୬୫ ଗୋଟି ଅଚଳ ପ୍ରକଳ୍ପ ସଚଳ ହେବ । ୫ ବର୍ଷ ଭିତରେ ୧୦୪୪ କୋଠି ଅର୍ଥ ବିନିଯୋଗ ହେବ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30