Indus Valley Times

ସହି ହେଉନି ରୋଗାକ୍ରାନ୍ତ ଝିଅର କଷ୍ଟ, ଡାକ୍ତରଖାନା ଦୌଡ଼ିବାକୁ ପାଖରେ ପଇସାଟିଏ ନାହିଁ

 Breaking News

ସହି ହେଉନି ରୋଗାକ୍ରାନ୍ତ ଝିଅର କଷ୍ଟ, ଡାକ୍ତରଖାନା ଦୌଡ଼ିବାକୁ ପାଖରେ ପଇସାଟିଏ ନାହିଁ

November 22
17:29 2021


ପାଟଣାଗଡ଼,୨୨/୧୧: ସହି ହେଉନି ରୋଗାକ୍ରାନ୍ତ ଝିଅର କଷ୍ଟ। ଝିଅକୁ ଭଲ କରିବାକୁ ଘରେ ଯାହା ଥିଲା ସବୁ ବିକ୍ରି କରିଦେଲେ ବାପାମା’ । ତଥାପି ଝିଅର ବେମାର ଭଲ ହେବା ନାଁ ଧରୁନି। ସ୍ଥିତି ଏପରି ଯେ, ଡାକ୍ତରଖାନା ଦୌଡ଼ିବାକୁ ପାଖରେ ପଇସାଟିଏ ନାହିଁ।
ହେଲେ ଝିଅର କାନ୍ଦ କାନ୍ଦ ମୁହଁ ଦେଖି ହେଉ ନ ଥିବା ବେଳେ କାନ୍ଧରେ ଝିଅକୁ ବସାଇ ମାଇଲ ମାଇଲ ବାଟ ଚାଲି ଚାଲି ମେଡିକାଲ ଯାଉଛି ବାପା । ସରକାରଙ୍କ ମାଳ ମାଳ ଯୋଜନା ଏଠି ପ୍ରହସନ ପରି ଲାଗୁଛି। ନା ମିଳୁଛି ସରକାରୀ ସହାୟତା ନା ରୋଗ ଭଲ କରିବାକୁ ନିଆଯାଉଛି ପଦକ୍ଷେପ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ବେଲପଡା ଅଞ୍ଚଳରେ ।
ପାଟଣାଗଡ଼ ନେହେନାବନ୍ଦ ଗାଁର ଧୂବଲ ଛାତ୍ରିଆ । ସଂସାର କହିଲେ ପତ୍ନୀ ଓ ୧୮ ବର୍ଷର ଝିଅ। ହେଲେ ଝିଅ ଏକ ଅଜଣା ରୋଗରେ ଆକ୍ରାନ୍ତ ହେବା ପରଠୁ ପରିବାର ଲୋକଙ୍କ ମୁହଁରୁ ହସ ହଜିଯାଇଛି। ଝିଅର କଷ୍ଟ ବାପାମା’ ସହି ପାରୁ ନ ଥିବା ବେଳେ ଚିକିତ୍ସା କରିବା ବି କାଠିକର ପାଠ ହୋଇପଡ଼ୁଛି।
ଏପରିକି ଝିଅକୁ ଭଲ କରିବାକୁ ଘରେ ଯାହା ଥିଲା ସବୁ ବିକ୍ରି କରି ବିଭିନ୍ନ ଡାକ୍ତରଖାନା ଦୌଡୁଛନ୍ତି । ତଥାପି ଭଲ ହେଉନି ଝିଅର ରୋଗ, ଦୂର ହେଉନି କଷ୍ଟ।
ଏବେ ଧୂବଲଙ୍କ ପାଖରେ ସମ୍ବଳ ବୋଲି କିଛି ନ ଥିବା ବେଳେ ଝିଅକୁ ଭଲ କରିବା ପଣରୁ କିନ୍ତୁ ସେ ଓହରି ଯାଇ ନାହାନ୍ତି। ମେଡିକାଲ ନେବାକୁ ପାଖରେ ପଇସା ନ ଥିବା ବେଳେ ନିଜ କାନ୍ଧରେ ଝିଅକୁ ବସାଇ ହସ୍ପିଟାଲ ଯାଉଛନ୍ତି ବୁଢ଼ା ବାପା।
ଏପରି ଘଟଣା ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସୁ ନ ଥିବା ବେଳେ ଆହା ପଦେ କହିବାକୁ କେହି ନାହାନ୍ତି। ଏପରିକି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏଥିରୁ କିନ୍ତୁ ସ୍ପଷ୍ଟ ଜଣାପଡ଼ୁଛି ସରକାରଙ୍କ ଚିନ୍ତା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031