Indus Valley Times

ସାଇବର ସଚେତନତା ପାଇଁ ସାଇକ୍ଲୋଥନ-ଖୋର୍ଦ୍ଧା ଜିଲ୍ଲା ପୁଲିସ ଦ୍ଵାରା ଆୟୋଜିତ

 Breaking News

ସାଇବର ସଚେତନତା ପାଇଁ ସାଇକ୍ଲୋଥନ-ଖୋର୍ଦ୍ଧା ଜିଲ୍ଲା ପୁଲିସ ଦ୍ଵାରା ଆୟୋଜିତ

November 06
19:47 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୬/୧୧ : ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ସାଇବର ସଚେତନତା ଉପଲକ୍ଷେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଇପ୍ସିତା ଙ୍କ ନେତୃତ୍ୱରେ ଆଜି ପ୍ରଭାତରେ “ସାଇକ୍ଲୋଥନ” କାର୍ଯ୍ୟକ୍ରମକୁ ପତାକା ଦେଖାଇ ଆୟୋଜନ କରିଥିଲେ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଇବର ସୁରକ୍ଷା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ସାଇକ୍ଲୋଥନ ସଚେତନତା କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ଉତ୍ସାହର ସହିତ ଯୋଗ ଦେଇଥିଲେ ।
ଏହି ଅଭିଯାନ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ନୂଆ ବସ୍ଟ୍ରାଷ୍ଟାଣ୍ଡ, ଟିଏଲସି ରୋଡ଼, ଚଣ୍ଡିଚୁଆ, ଟ୍ରାଫିକ ଛକ, ମାରୱାଡ଼ିପଟି, ଗୋଡିପୋଖରୀ ମୁକୁନ୍ଦପ୍ରସାଦ, ଜେମାଦେଇ, ସାମନ୍ତରାପୁର ଛକ, ନବୀନ ବାଗ ଦେଇ ପୁନର୍ବାର ଏସ୍ପି କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା ।
ଅଭିଯାନ ଯାତ୍ରା ସମୟରେ ଅଂଶଗ୍ରହଣ କାରୀ ମାନେ ସାଇବର ହାଇଜିନ୍, ଦାୟିତ୍ୱପୂର୍ଣ୍ଣ ଅନଲାଇନ୍ ବ୍ୟବହାର ଓ ସାଇବର ଠକିବା ବିରୋଧରେ ସଚେତନତା ବାର୍ତ୍ତା ପ୍ରସାର କରିଥିଲେ। ଏହି ସଚେତନତା ଯାତ୍ରାରେ ଜିଲ୍ଲା ଏସ୍ପିଙ୍କ ସମେତ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ଆଦର୍ଶ ଥାନା , ଶିଳ୍ପାଞ୍ଚଳ ଥାନା, ସଦର ଥାନାର ଅଧିକାରୀମାନେ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031