ସାଥୀ ସଦା ହସୁଥା…
December 20
18:55
2021
ସ୍ୱାଗତିକା ଭୂତିଆ
ତୁ ମନେପଡୁ ଢ଼େର ଆଜି
ମନେ ପଡେ ତୋ ସେହି ଅନ୍ତରଙ୍ଗ କଥା,
କେଉଁ ଦୂର ରାଇଜେ ଅଛୁ
ଜଣା ନାହିଁ ମତେ
ଭାବିଲେ ସେ ପୁରୁଣା ଦିନ
ମନେ ଉଠେ ଦୁଃଖର ଉତ୍ତାଳ ତରଙ୍ଗ
ଛାତି ତଳେ ଉହୁଙ୍କି ଉଠେ ଅନେକ ବ୍ୟଥା । ।
ତୁ ଥିଲୁ ମୋ ଅନ୍ତରଙ୍ଗ ବାନ୍ଧବୀ
ବୁଝିପାରୁଥିଲୁ ମୋ ମନର ସମସ୍ତ ବେଦନା,
ମୋ ଦୁଃଖେ ଦୁଃଖୀ ହେଉଥିଲୁ
ତୁ ଥିଲୁ ମୋ ସ୍ୱନ୍ଦନ
ପ୍ରାଣର ମଇନା । ।
କାହା ଘରେ ବଧୂ ହୋଇ
ଓଢ଼ଣା ଟାଣି ପାଦ ଥାପିଥାପି ଚାଲୁଥିବୁ
ସ୍ୱାମୀ ସୋହାଗିନୀ ହୋଇ
କେତେ ହସମଜା କରୁଥିବୁ ,
ମୁଁ ତ ଆଜି ସମ୍ପର୍ଣ୍ଣ ଏକା
ଲଢ଼ୁଛି ଜୀବନ ସଂଗ୍ରାମେ ,
ଯେଉଁଠି ଥା ମୋ ପ୍ରିୟ ସଖୀ
ସଦା ଖିଲିଖିଲି ହସୁଥା
ଭିଜୁଥାଆ ସଂସାରର
ଚିରନ୍ତନ ପ୍ରେମରେ । ।