Indus Valley Times

ସାପ କାମୁଡ଼ାରେ ଭାଇ ଭଉଣୀ ମୃତ

 Breaking News

ସାପ କାମୁଡ଼ାରେ ଭାଇ ଭଉଣୀ ମୃତ

ସାପ କାମୁଡ଼ାରେ ଭାଇ ଭଉଣୀ ମୃତ
June 24
11:40 2025

ବଲାଙ୍ଗୀର, ୨୪/୬ : ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ମାଲଗୋଦାମ ପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ସର୍ପାଘାତରେ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।
ସୂଚନା ଅନୁସାରେ, ମାଲଗୋଦାମ ପଡ଼ାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅ ରାତି ଘରେ ଶୋଇଥିଲେ । ଏହି ସମୟରେ କୌଣସି ସାପ ସେମାନଙ୍କୁ କାମୁଡି ଦେଇଥିଲା ।
ସେମାନେ ଚିତ୍କାର କରିବାରୁ ପରିବାର ଲୋକେ ଆସି ଦେଖିଲାବେଳକୁ ସେମାନଙ୍କୁ ସାପ କାମୁଡି ଦେଇଛି । ପରିବାର ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।
କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହା ପରେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣା ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930