Indus Valley Times

ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ, ଶୋଇଥିବା ବେଳେ ଦଂଶିଲା ବିଷଧର ସାପ

 Breaking News

ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ, ଶୋଇଥିବା ବେଳେ ଦଂଶିଲା ବିଷଧର ସାପ

ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ, ଶୋଇଥିବା ବେଳେ ଦଂଶିଲା ବିଷଧର ସାପ
July 23
11:42 2023

ଚମ୍ପୁଆ,୨୩/୭: କେନ୍ଦୁଝରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ସହ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି କ୍ଷ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଚମ୍ପୁଆ ବ୍ଲକ ଜାଲି ପଂଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ରାତିରେ ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଶୋଇଥିଲେ । ତେବେ ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା ।
ଆଜି ସକାଳେ ଏନେଇ ଜଣାପଡିଥିଲା ଜ୍ଝ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଛାତ୍ରଙ୍କ ନାମ ରାଜା ନାଏକ (୧୨), ଛାତ୍ରୀଙ୍କ ନାମ ଏଲିନା ନାଏକ (୭), ସ୍ନେହାଶ୍ରୀ ନାଏକ (୧୦) ବୋଲି ଜଣାପଡିଛି ।
ସେହିପରି ଆକାଶ ନାଏକ (୧୨) ନାମକ ଛାତ୍ର ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ ଖଗେଶ୍ୱର ମହାନ୍ତ ନାମକ ବ୍ୟକ୍ତି ଏକ କୋଚିଂ ସେଣ୍ଟର କରିଥିଲେ । ଏହି କୋଚିଂ ସେଣ୍ଟରର ନାମ ଥିବାରୁ ଆଖପାଖ ଅଂଚଳର ପିଲାମାନେ ଏଠାରେ ରହି ପାଠ ପଢୁଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031