Indus Valley Times

ସାପ ସହ ଦୁଇ ଘଣ୍ଟା ସଂଘର୍ଷ, ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ବାନ୍ଧି ରଖିଥିଲା ବିଷଧର ସର୍ପ

 Breaking News

ସାପ ସହ ଦୁଇ ଘଣ୍ଟା ସଂଘର୍ଷ, ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ବାନ୍ଧି ରଖିଥିଲା ବିଷଧର ସର୍ପ

ସାପ ସହ ଦୁଇ ଘଣ୍ଟା ସଂଘର୍ଷ, ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ବାନ୍ଧି ରଖିଥିଲା ବିଷଧର ସର୍ପ
May 31
20:52 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୫ : ରାମାୟଣରେ ‘ନାଗପାଶ’ କଥା ଶୁଣିଥିବେ, ସିନେମାରେ ‘ସର୍ପବନ୍ଧନ’ ଦୃଶ୍ୟ ଦେଖିଥିବେ। କିନ୍ତୁ ବାସ୍ତବ ଜୀବନରେ ଜଣେ ବୃଦ୍ଧଙ୍କୁ ସାପ ବାନ୍ଧି ପକାଇବା ଘଟଣା କେବେ ଶୁଣିଛନ୍ତି କି? ବୌଦ୍ଧ ଜିଲ୍ଲାରୁ ଆସିଛି ଏମିତି ଏକ ଆଶ୍ଚର‌୍ୟ୍ୟଜନକ ଘଟଣା, ଯାହା ଶୁଣିଲେ ଯେକେହି ଚକିତ ହୋଇଯିବେ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଗାଁର କୃଷ୍ଣଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ। ଶରୀରର ଗୋଟିଏ ପାର୍ଶ୍ୱ ଅଚଳ ଥିବାରୁ ସେ ନିଜ କାମ ନିଜେ କରିବାରେ ଅସମର୍ଥ। ଗତ ରାତିରେ ସେ ଘରେ ବିଶ୍ରାମ ନେଉଥିବା ବେଳେ ଖୋଲା ଝରକା ଦେଇ ଏକ ବିଷଧର ସାପ ଘର ଭିତରକୁ ପଶି ଆସିଥିଲା।
ପ୍ରଥମେ ସାପଟି ତାଙ୍କ ଶରୀର ଉପରେ ଚଢ଼ି ଯାଇଥିଲା। କୃଷ୍ଣଚନ୍ଦ୍ର ଏହା ଅନୁଭବ କରି ଭୟଭୀତ ହୋଇପଡ଼ିଥିଲେ। ଉଠିବାକୁ ଚେଷ୍ଟା କରିବା ବେଳକୁ ସାପଟି ତାଙ୍କ ହାତକୁ ଚେୟାର ସହ ଏପରି ଭାବେ ଗୁଡ଼ାଇ ଧରିଥିଲା ଯେ, ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ନା ହଲିପାରୁଥିଲେ, ନା ସାପକୁ ହଟାଇପାରୁଥିଲେ।
ବୃଦ୍ଧଙ୍କ ବିକଳ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। ହେଲେ ଦୃଶ୍ୟ ଦେଖି ସେମାନେ ମଧ୍ୟ ଭୟରେ ଥରି ଉଠିଥିଲେ। ଏକ ବିଷଧର ସାପ ଚେୟାର ଓ ବୃଦ୍ଧଙ୍କ ହାତକୁ ଜକଡ଼ି ଧରିଥିବାରୁ କେହି ପାଖକୁ ଯିବାକୁ ସାହସ କରିପାରୁନଥିଲେ।
ଶେଷରେ ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ସାବଧାନତାର ସହ ସାପକୁ ହଟାଇ କୃଷ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରାଯାଇଥିଲା। ଭାଗ୍ୟବଶତଃ ସାପଟି ତାଙ୍କୁ ଦଂଶନ କରିନଥିଲା। ପରେ ସାପକୁ ସୁରକ୍ଷିତ ଭାବେ ଜଙ୍ଗଲ ଅଞ୍ଚଳରେ ଛାଡ଼ି ଦିଆଯାଇଥିଲା। ଏବେ ଏହି ‘ବାସ୍ତବ ସର୍ପବନ୍ଧନ’ର ଦୃଶ୍ୟ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930