Indus Valley Times

ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଟିପିଏନଓଡିଏଲର ଉଲ୍ଲେଖନୀୟ ଯୋଗଦାନ ,ଦିବ୍ୟାଙ୍ଗଙ୍କୁ ବାଣ୍ଟିଲା ବ୍ୟାଟେରୀ ଚାଳିତ ତିନି ଚକିଆ ଯାନ

 Breaking News

ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଟିପିଏନଓଡିଏଲର ଉଲ୍ଲେଖନୀୟ ଯୋଗଦାନ ,ଦିବ୍ୟାଙ୍ଗଙ୍କୁ ବାଣ୍ଟିଲା ବ୍ୟାଟେରୀ ଚାଳିତ ତିନି ଚକିଆ ଯାନ

ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଟିପିଏନଓଡିଏଲର ଉଲ୍ଲେଖନୀୟ ଯୋଗଦାନ ,ଦିବ୍ୟାଙ୍ଗଙ୍କୁ ବାଣ୍ଟିଲା ବ୍ୟାଟେରୀ ଚାଳିତ ତିନି ଚକିଆ ଯାନ
October 10
18:02 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୦/୧୦: ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ଅଧ୍ୟାୟ ଯୋଡ଼ିଛି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) । ଟିପିଏନଓଡିଏଲ ପକ୍ଷରୁ ଟାଟା ପାୱାର ‘ପେ ଅଟେନସନ’ ପ୍ରୋଗ୍ରାମ ଅଧୀନରେ ଦିବ୍ୟାଙ୍ଗମାନଙ୍କୁ ୬ଟି ବ୍ୟାଟେରୀ ଚାଳିତ ତିନି ଚକିଆ ଗାଡି ପ୍ରଦାନ କରାଯାଇଛି। ଯାହାକି ସେମାନଙ୍କ ନିତିଦିନିଆ ଜୀବନଯାପନ ଶୈଳୀକୁ ସରଳ କରିବା ସହ ସେମାନଙ୍କ ପାଇଁ ଆତ୍ମନିର୍ଭରଶୀଳ ହେବାର ପନ୍ଥା ମଧ୍ୟ ସୃଷ୍ଟି କରିଛି।
ବ୍ୟାଟେରୀ ଚାଳିତ ତିନି ଚକିଆ ଯାନରେ ସାମଗ୍ରୀ ନେବା ଆଣିବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଫଳ ସ୍ୱରୂପ ଦିବ୍ୟାଙ୍ଗମାନେ ବିଭିନ୍ନ ସଂସ୍ଥାରେ ‘ଡେଲିଭରି ବୟ’ ଭାବେ କାର୍ଯ୍ୟ କରିବା ସହ ଆତ୍ମନିର୍ଭରଶୀଳ ହେବାର ପନ୍ଥା ପାଇ ପାରିବେ। ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ କାଲେଙ୍କ ପୌରୋହିତ୍ୟରେ କର୍ପୋରେଟ କାର୍ଯ୍ୟାଳୟରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗମାନଙ୍କୁ ବ୍ୟାଟେରୀ ଚାଳିତ ତିନି ଚକିଆ ଗାଡି ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଟିପିଏନଓଡ଼ିଏଲ ବାଣିଜ୍ୟିକ ମୁଖ୍ୟ ଜୟଦୀପ ରୟ, ପରିଚାଳନା ମୁଖ୍ୟ ନୀଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ଚୁକ୍ତି ଓ ସାମଗ୍ରୀ ପରିଚାଳନା ମୁଖ୍ୟ ହରିଶ ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। \’\’ ଟାପ୍ \” ପର୍ଯ୍ୟବେକ୍ଷକ ଭାବେ ଟାଟା ଗ୍ରୁପରୁ ପିନାକ୍ଷି ସୋନପାଲ, ସତୀଶ କୋଲ୍ଟେ ଓ ପଙ୍କଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ସର୍ବଦା ଗୁରୁତ୍ଵ ଦେବା ସହ ସିଏସଆର ବିନିଯୋଗ କ୍ଷେତ୍ରରେ ମଧ୍ୟ ‘ଟିପିଏନଓଡିଏଲ’ ଗୁରୁଦାୟିତ୍ଵ ବହନ କରୁଛି।
ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡିର ବ୍ୟବସ୍ଥା କରିଛି। ଟିପିଏନଓଡିଏଲ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରୁ ପ୍ରଶିକ୍ଷଣ ନେଇ ଯୁବବର୍ଗ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି।
ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031