Indus Valley Times

ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ଜୱାଦ, ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବ

 Breaking News

ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ଜୱାଦ, ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବ

December 03
16:49 2021

ଭୁବନେଶ୍ୱର,୩/୧୨ : ମାଡ଼ି ଆସୁଛି ବାତ୍ୟା ‘ଜୱାଦ’। ଏହା ଶୁଣି ଲୋକଙ୍କ ମନରେ ଏବେଠୁ ଛନକା ପଶିଲାଣି। ହେଲେ ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତଲି’ଠାରୁ କମ୍ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମ୍ଡି ଡିଜି।
ବିଗତ କିଛି ବର୍ଷର ତାଲିକା ଦେଖିଲେ ସାଧାରଣତଃ ସେପ୍ଟେମ୍ବର, ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ମାଡ଼ି ଆସିଥାଏ। ଏହା ଉପକୂଳବାସୀଙ୍କ ଅଣ୍ଟା ମୋଡ଼ି ଦେଉଥିବା ବେଳେ ଏହାପରେ ପୁଣି ଥରେ ସଳଖି ଛିଡ଼ା ହୋଇଥାନ୍ତି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଲୋକ । ହେଲେ ଏଥର ଦେଖିବାକୁ ମିଳିଛି ସାମାନ୍ୟ ବ୍ୟତିକ୍ରମ ।
ସାଧାରଣତଃ ଡିସେମ୍ବର ମାସରେ ବାତ୍ୟା ହେବାରେ ‘ଜୱାଦ’ ପ୍ରଥମ । ଏହା କିପରି ହେବ, ଏହାର କୋପ କ’ଣ ରହିବ, ଏହି ବାତ୍ୟା ଯୋଗୁ କେତେ ଲୋକ ବେଘର ହେବେ ତାକୁ ନେଇ ଆଶଙ୍କାରେ ଦିନ କାଟୁଛନ୍ତି ଉପକୂଳବାସୀ। ତେବେ ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ରହିଲେ ବି ‘ତିତଲି’ଠାରୁ କମ୍ ରହିବ ବୋଲି କହି ଉପକୂଳିଆବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛନ୍ତି ଆଇଏମ୍ଡି ଡିଜି।
ଗତ ସେପ୍ଟେମ୍ବରରେ ଆସିଥିବା ‘ଗୁଲାବ’ର ବେଗ୍ ୫୦ରୁ ୬୦ ମଧ୍ୟରେ ଥିବା ବେଳେ ‘ଜୱାଦ’ର ବେଗ ସର୍ବାଧିକ ୧୦୦ ଛୁଇଁବ ବୋଲି କହି ସାରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ହେଲେ ୨୦୧୮ ଅକ୍ଟୋବରରେ ଆସିଥିବା ବାତ୍ୟା ‘ତିତଲି’ ତାଣ୍ଡବ ରଚିଥିଲା। ‘ତିତଲି’ ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଥିଲା ୧୫୦ କିମି ।
ସୂଚନାଯୋଗ୍ୟ, ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ବାତ୍ୟା ‘ଜୱାଦ’ରେ ପରିଣତ ହୋଇଛି। ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ହେଲେ ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ। ପବନର ବେଗ ତା’ଠାରୁ ଆଉ ଅଧିକ ହେବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ଅପରପକ୍ଷେ, ‘ତିତଲି’ ୨୦୧୮ ଅକ୍ଟୋବର ମାସରେ ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା। ଏହି ସମୟରେ ପବନର ବେଗ ୧୫୦ କିମି ଥିବା ବେଳେ ଅତି ପ୍ରବଳରୁ ପ୍ରବଳ ବର୍ଷା ବି ହୋଇଥିଲା। ଏଥିଯୋଗୁ ଓଡ଼ିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇଥିଲା।
‘ତିତଲି’ ଯୋଗୁ ଜୀବନହାନୀ ହୋଇ ନ ଥିବା ବେଳେ ବିତ୍ୟୁତ୍ ସରବରାହ ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏପରିକି ବଡ଼ ବଡ଼ ଗଛ ପଡ଼ିବା ଯୋଗୁ ରାସ୍ତା ଅବରୋଧ ହୋଇ ଯାଇଥିଲା। ଏଥିଯୋଗୁ ରାଜ୍ୟ ସରକାର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିଥିଲେ।
ହେଲେ, ଗତ ସେପ୍ଟେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଗୁଲାବ’ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ି ନ ଥିବା ବେଳେ କ୍ଷୟକ୍ଷତି ପରିମାଣ ବି ଖୁବ୍ ନଗଣ୍ୟ ଥିଲା। ‘ଗୁଲାବ’ ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ। ୫୦/୬୦ କିମି ବେଗରେ ଥିବା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031